ଆଇପିଏଲକୁ ଫେରୁଛନ୍ତି ଯୁବରାଜ
ପୁଣିଥରେ କ୍ରିକେଟକୁ କମବ୍ୟାକ କରିବାକୁ ଯାଉଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂହ । ଆଇପିଏଲରେ ପୁଣିଥରେ ସେ କମବ୍ୟାକ କରିବାକୁ ଯାଉଛନ୍ତି ବୋଲି ବର୍ତ୍ତମାନ ସଂକେତ ମିଳିଛି । ଭାରତର ସିକ୍ସର କିଙ୍ଗ ନାମରେ ପରିଚିତ ଯୁବରାଜଙ୍କୁ ପୁଣିଥରେ ମଇଦାନରେ ଦେଖିବା ପାଇଁ ଅନେକ କ୍ରିକେଟପ୍ରେମୀଙ୍କ ଇଚ୍ଛା ଏବଂ ଆଶା ରହିଛି । ୨୦୧୯ରେ ଆଇପିଏଲରୁ ବିଦାୟ ନେବା ପରେ ଆସନ୍ତା ସିଜନରେ ସେ ପୁଣିଥରେ କମବ୍ୟାକ କରିପାରନ୍ତି ବୋଲି ଆଶା କରାଯାଉଛି । ତେବେ ଏଥର ଆଉ ଏକ ନୂଆ ରୂପରେ ଫେରିପାରନ୍ତି ଯୁବରାଜ ।୨୦୧୯ ମସିହାରେ କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେଇଥିଲେ ଟିମ ଇଣ୍ଡିଆର ଷ୍ଟାର ଅଲଊରାଉଣ୍ଡର ଯୁବରାଜ ସିଂହ । ତେବେ ୬ ବର୍ଷ ପରେ ତାଙ୍କୁ ପୁଣିଥରେ ଆଇପିଏଲ ଜର୍ସିରେ ଦେଖିବାକୁ ମିଳିବ ବୋଲି ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଆଇପିଏଲ-୨୦୨୫ରେ ସେ ପୁଣିଥରେ ମଇଦାନକୁ ଏଣ୍ଟ୍ରି କରିପାରନ୍ତି । ତେବେ ଏଥର ଜଣେ ଖେଳାଳି ନୁହେଁ, ବରଂ କୋଚ୍ ଭୂମିକାରେ ନଜର ଆସିପାରନ୍ତି ଯୁବରାଜ । ନିଜ ପୂର୍ବତନ ଦଳ ଦିଲ୍ଲୀ କ୍ୟାପିଟାଲ୍ସ(ଦିଲ୍ଲୀ ଡେୟାରଡେଭିଲ୍ସ) ପାଇଁ ସେ କୋଚ୍ ଦାୟିତ୍ୱ ଗ୍ରହଣ କରିପାରନ୍ତି । କୋଚିଂ ପଦବୀ ପାଇଁ ଦିଲ୍ଲୀ ଫ୍ରାଞ୍ଚାଇଜି ଯୁବରାଜଙ୍କ ସହ ଆଲୋଚନା ଜାରି ରଖିଛି ।ଦିଲ୍ଲୀ କ୍ୟାପିଟାଲ୍ସ କିଛି ଦିନ ତଳେ ମୁଖ୍ୟ କୋଚ୍ ରିକି ପଣ୍ଟିଂଙ୍କୁ ଦଳରୁ ବାଦ୍ ଦିଆଯାଇଛି । କୋଚ୍ ଭାବରେ ସଫଳତା ହାସଲ କରିବାରେ ଫେଲ ମାରିବାକୁ ଦଳ ତାଙ୍କ ହାତ ଛାଡ଼ିଛି । କିନ୍ତୁ ଦଳ ଛାଡ଼ିବା ପରେ ସେ କହିଛନ୍ତି ଯେ, ଦିଲ୍ଲୀ ବର୍ତ୍ତମାନ ଜଣେ ପୂର୍ବ ଭାରତୀୟ ଖେଳାଳିଙ୍କୁ କୋଚ୍ ଭାବରେ ନିଯୁକ୍ତ କରିବା ପାଇଁ ଇଚ୍ଛା ପ୍ରକାଶ କରିଛି ।