ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ ପଠାଇଛି ନିମନ୍ତ୍ରଣ। କାଉନସିଲ ଅଫ ହେଡସ ଅଫ ସରକାରୀ (ସିଏଚଜି) ବୈଠକରେ ଯୋଗ ଦେବାକୁ ପାକିସ୍ତାନରେ ନିମନ୍ତ୍ରଣ କରିଛି। ଅକ୍ଟୋବର ୧୫ ଏବଂ ୧୬ରେ ଇସଲାମାବାଦରେ ଏହି ବୈଠକ ଅନୁଷ୍ଠିତ ହେବ ଏବଂ ଏଥିରେ ଚାଇନା ଯୋଗଦେବାର ଆଶା ରହିଛି। ଏଥିରେ ଯୋଗଦେବାକୁ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।ତେବେ ପ୍ରଧାନମନ୍ତ୍ରୀ ମୋଦି ଏପର୍ଯ୍ୟନ୍ତ ନିମନ୍ତ୍ରଣ ଗ୍ରହଣ କରିନାହାନ୍ତି। ଯଦି ସେ ଏହାକୁ ଗ୍ରହଣ କରନ୍ତି ତେବେ ସେ ଏଥିରେ ଭାଗ ନେବାକୁ ଯିବେ ବୋଲି ଆଶା କରାଯାଉ ନାହିଁ। ମୋଦି ଏହି ବୈଠକ ପାଇଁ ଜଣେ ଭାରତୀୟ ପ୍ରତିନିଧୀଙ୍କୁ ପଠାଇବେ ନା ଏହି ବୈଠକକୁ ବୟକଟ କରିବେ ତା’ ନେଇ ଚର୍ଚ୍ଚା ଲାଗି ରହିଛି।ଏଭଳି ପରିସ୍ଥିତିରେ ଭାରତ କେବଳ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ପାକିସ୍ତାନରେ ହେବାକୁ ଥିବା ସିଏଚଜି ବେଠକରେ ଯୋଗଦେବାକୁ ପଠାଯାଇପାରେ। କିନ୍ତୁ ସେ ପାକିସ୍ତାନ ଯିବା ପରିବର୍ତ୍ତେ ଏହାକୁ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Next Post