ବହୁତ ଶୀଘ୍ର ଜମ୍ମୁ କଶ୍ମୀରରେ ନିର୍ବାଚନ ହେବାକୁ ଯାଉଛି। ଏହାରି ଭିତରେ ଶୁଣିବାକୁ ମିଳୁଛି ଯେ, ଆତଙ୍କବାଦୀ ଜମ୍ମୁର ପୋଲିସ ଷ୍ଟେଶନ, କିଛି ସୁରକ୍ଷା ସ୍ଥଳୀ ଉପରେ ଆକ୍ରମଣ କରିବାକୁ ଯାଉଛନ୍ତି। ସିକ୍ରେଟ ଇନପୁଟଙ୍କୁ ଏନେଇ ଖବର ମିଳିବା ପରେ ସୁରକ୍ଷା ଏଜେନ୍ସିମାନେ ଆଲର୍ଟ ହୋଇଯାଇଛନ୍ତି।ତେବେ ଆକ୍ରମଣକୁ ଦୃଷ୍ଟିରେ ରଖି ରାଜୋରି, ପୁଛ, କଠୁଆ ଓ ଡୋଡୋରେ ସୁରକ୍ଷା ବଳ ବଢାଇ ଦିଆଯାଇଛି। ସମ୍ବେଦନଶୀଳ ସ୍ଥାନ ଉପରେ କଡା ନଜର ରଖାଯାଇଛି। ଏଜେନ୍ସିଙ୍କୁ ସୂଚନା ମିଳିଛି କି, ଲମ୍ବା ସମୟ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହାକୁ ପ୍ରଭାବିତ କରିବା ପାଇଁ ଆତଙ୍କବାଦୀମାନେ ଆକ୍ରମଣ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। କହିରଖୁଛୁ କି, ଚଳିତ ବର୍ଷ ସୁରକ୍ଷା ବଳ ଜମ୍ମୁ କଶ୍ମୀରରେ ୩୩ ଆତଙ୍କବାଦୀଙ୍କୁ ନିହତ କରିଥିଲେ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Next Post