ପୁଣିଥରେ ଯିବେ ରାଜ୍ୟସଭା। ଏଥର କିନ୍ତୁ ବିଜେଡି ନୁହଁ, ବିଜେପିରୁ ଯିବେ। ମମତା ମହାନ୍ତ ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ବିଧାନସଭାରେ ପହଂଚି ନାମାଙ୍କନ ଦାଖଲ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ନାମାଙ୍କନ ଭରିବା ପରେ ମମତା କହିଛନ୍ତି ଓଡ଼ିଶାବାସୀଙ୍କ ପାଇଁ ସେ ଦିଲ୍ଲୀରେ ସ୍ୱର ଉତ୍ତୋଳନ କରିବେ। ସେହିପରି ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ବିଜେପି ନେତା ତଥା ୨୦୨୪ ନିର୍ବାଚନରେ ଭୁବନେଶ୍ୱର-ମଧ୍ୟରୁ ବିଜେପି ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନଙ୍କ ଶେଷ ମୁହୂର୍ତ୍ତରେ ନାମାଙ୍କନ ଦାଖଲକୁ ନେଇ ଚର୍ଚ୍ଚା ବଢିଛି। ସୂଚନା ଅନୁଯାୟୀ ଯଦି ମମତାଙ୍କ ନାମାଙ୍କନ କାଏମ ରୁହେ, ତେବେ ଜଗନ୍ନାଥ ନିଜ ନାମାଙ୍କନ ପ୍ରତ୍ୟାହାର କରିବେ।ମମତା ନାମାଙ୍କନ ଦାଖଲ କରିବା ପରେ ଘନେଇଛି ରାଜ୍ୟ ରାଜନୀତି। ବିଜେପି ବିଧାୟକ ଅଶୋକ ମହାନ୍ତି ବିସ୍ଫୋରକ ବୟାନ ଦେଇ କହିଛନ୍ତି ଆଗକୁ ଅନେକ ବିଜେଡି ନେତା ବିଜେପିରେ ସାମିଲ ହେବେ। ନବୀନ ବାବୁଙ୍କ ଏକଛତ୍ରବାଦ ଶାସନରେ ଅତିଷ୍ଠ ହୋଇ ଏବେ ସମସ୍ତେ ବିଜେପି ମୁହାଁ ।ସେପଟେ ବିଜେଡି କହିଛି, ବିଜେପି ଅନ୍ୟ ଦଳକୁ ଭାଙ୍ଗିବାକୁ ଉଦ୍ୟମ କରୁଛି। ବିଜେଡି କିନ୍ତୁ ଏକ୍ଦମ୍ ମଜଭୁତ୍। କେହି ଜଣେ ବି ନେତା ବିଜେପି ସଂପର୍କରେ ନାହାନ୍ତି ବୋଲି ବିଜେଡି ସ୍ପଷ୍ଟ କରିଛି।ତେବେ ମମତା ବିଜେଡି ଛାଡି ବିଜେପି ଯିବା ଏବଂ ବିଜେପି ପୁଣି ତାଙ୍କୁ ରାଜ୍ୟସଭା ପଠାଇବା ଅନେକ କିଛି ସୂଚାଉଛି। ହୁଏତ ବିଜେପି ସଂକେତ ଦେଉଛି ଯେ, ଯଦି କୌଣସି ଜନପ୍ରତିନିଧି ନିଜ ଦଳ ଛାଡି ବିଜେପିକୁ ଆସନ୍ତି ତେବେ ତାଙ୍କୁ ସୁରକ୍ଷା କବଚ ମିଳିବ। ଖାଲି ସେତିକି ନୁହଁ ବିଜେପି ନିଜ ତୃଣମୂଳ ସ୍ତରର ସଂଗଠନକୁ ସୁଦୃଢ଼ କରିବାକୁ ଏପରି ଯୋଜନା କରୁଥିବା ନେଇ ବି ଚର୍ଚ୍ଚା ହେଉଛି। ଯେଉଁଥିଲାଗି ଦକ୍ଷତା ସଂପନ୍ନ ନେତାଙ୍କ ଉପରେ ବିଜେପିର ନଜର।
Trending
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
Prev Post
Next Post