ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା- ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର କାର୍ଯ୍ୟ ଆଗେଇ ଚାଲିଛି । ଇତିମଧ୍ୟରେ ପୂର୍ବତଟ ରେଳପଥକୁ ଆଉ ଏକ ସଫଳତା ମିଳିଛି । ୨ କିଲୋମିଟରର ଲମ୍ବା ଟନେଲ କାର୍ଯ୍ୟକୁ ସୁରୁଖୁରୁରେ ସମାପ୍ତ କରି ପାରିଛି ପୂର୍ବତଟ ରେଳପଥ । ବୌଦ୍ଧ ଜିଲ୍ଲାର ଚାରିଛକ ଓ ପୁରୁଣାକଟକ ମଧ୍ୟରେ ଏହି ଟନେଲ ନିର୍ମିତ ହୋଇଛି । ପ୍ରାୟ ୧୯୭୫ ମିଟଟର ଲମ୍ବା ଟନେଲ ନିର୍ମାଣ ହେବା ଫଳରେ ସେ ଅଞ୍ଚଳରେ ରେଳ ସଂଯୋଗର ସମ୍ପ୍ରସାରଣ ହୋଇ ପାରିବ ଓ ଏହା ଅଞ୍ଚଳବାସୀଙ୍କ ଦୁଃଖ ଦୂର କରିବାରେ ସହାୟ ହେବ ବୋଲି ପୂର୍ବତଟ ରେଳପଥ କହିଛି । ନିଜେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଖୋର୍ଦ୍ଧା- ବଲାଙ୍ଗୀର ରେଳ ପ୍ରକଳ୍ପର କାର୍ଯ୍ୟକୁ ସମୀକ୍ଷା କରୁଛନ୍ତି । ଓଡିଶାରେ କାର୍ଯ୍ୟ ହେଉଥିବା ଅନ୍ୟ ପ୍ରକଳ୍ପ ଉପରେ ମଧ୍ୟ ତାଙ୍କର ନଜର ରହିଛି । ବିଶେଷକରି ଖୋର୍ଦ୍ଧା- ବଲାଙ୍ଗୀର ରେଳ ପ୍ରକଳ୍ପକୁ ଶୀଘ୍ର ସାରିବା ପାଇଁ ତ୍ୱାରାନ୍ୱିତ ଭାବରେ କାର୍ଯ୍ୟ କରିବା ଦିଗରେ ସେ ଅଗ୍ରସର ଅଛନ୍ତି । ସେଥିପାଇଁ ବିଭିନ୍ନ ସଂସ୍ଥା ଓ କାର୍ଯ୍ୟାଳୟ ସହ ସମନ୍ୱୟ ରଖି ଉପୁଜୁଥିବା ସମସ୍ୟା ଉପରେ ଧ୍ୟାନ ଦେଇ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ନିଜେ ସ୍ଥିତିର ସମୀକ୍ଷା କରିବା ସହ ପରାମର୍ଶ ଦେଉଛନ୍ତି ।ପ୍ରକାଶଥାଉ ଯେ, ଖୋର୍ଦ୍ଧା- ବଲାଙ୍ଗୀର ପ୍ରକଳ୍ପର ୩୦୧ କିଲୋମିଟର ମଧ୍ୟରୁ ପ୍ରାୟ ୧୮୩ କିଲୋମିଟର ରେଳଲାଇନ କାର୍ଯ୍ୟକ୍ଷମ ହୋଇ ସାରିଛି । ବର୍ତ୍ତମାନସୁଦ୍ଧା ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ଯାଏଁ ୧୦୬ କିଲୋମିଟ ଓ ବଲାଙ୍ଗୀରରୁ ଝାରମୁଣ୍ଡା ପର୍ଯ୍ୟନ୍ତ ପ୍ରାୟ ୭୭ କିଲୋମିଟରର କାମ ସରିଛି । ଏହାବାଦ ଝାରମୁଣ୍ଡାରୁ ବୌଦ୍ଧ ପର୍ଯ୍ୟନ୍ତ ପ୍ରାୟ ୧୬.୨୭ କିଲୋମିଟର କାମ ମଧ୍ୟ ଶେଷ ହୋଇଛି ।
Trending
- ମୋଦୀଙ୍କୁ ଭୋଟ ଚୋର କହିଲେ ରାହୁଲ
- ପ୍ରଥମ ରାଷ୍ଟ୍ରପତି ଭାବେ ରାଫେଲରୁ ଉଡାଣ ଭରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁମୁଁ
- ୧୯୯୯ ମହାବାତ୍ୟାକୁ ପୂରିଲା ୨୬ ବର୍ଷ
- ସାମୁଦ୍ରିକ ଝଡ଼ ‘ମନ୍ଥା’ : ଓଡ଼ିଶା ପାଇଁ ଟଳିଗଲା ବିପଦ
- ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
Prev Post
Next Post