୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଏଥିରେ ‘ବ୍ରହ୍ମାସ୍ତ୍ର: ପାର୍ଟ ୱାନ- ଶିବା’ ସିନେମାକୁ ମିଳିଛି ୩ ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଫଳରେ ସିନେମାର ନିର୍ମାତା ନାମିତ ମାଲହୋତ୍ରା ନିଜର ଖୁସି ଜାହିର କରିଛନ୍ତି । ରଣବୀର କପୂର ଓ ଆଲିଆ ଭଟ୍ଟ ଷ୍ଟାରର ଏହି ସିନେମା ‘ବେଷ୍ଟ ଫିଲ୍ମ ଇନ ଏବିଜିସି’( ଏନିମେଶନ, ଭିଜୁଆଲ ଇଫେକ୍ଟ, ଗେମିଂ ଓ କମିକ) ର ପୁରସ୍କାର ହାତେଇଛି । ତାହାସହ ସଙ୍ଗୀତକାର ପ୍ରିତମଙ୍କୁ ‘ବେଷ୍ଟ ମ୍ୟୁଜିକ ଡାଇରେକ୍ସନ’ ପୁରସ୍କାର ମଧ୍ୟ ମିଳିଛି । ଏତତବାଦ ଅରଜିତ ସିଂ ‘କେସରିଆ’ ଗୀତ ପାଇଁ ‘ବେଷ୍ଟ ପ୍ଲେ ବ୍ୟାକ ସିଙ୍ଗର’ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।ସିନେମାରେ ବଲିଉଡ ମହାନାୟକ ଅମିତାଭ ବଚ୍ଚନ, ମୌନୀ ରାୟ ତଥା ନାଗାର୍ଜୁନଙ୍କ ଭଳି କଳାକାରଙ୍କ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନଙ୍କ ଜୀବନ୍ତ ଅଭିନୟ ସିନେମାକୁ ୩ ଟି ଜାତୀୟ ପୁରସ୍କାର ପ୍ରଦାନ କରିଛି । ‘ବ୍ରହ୍ମାସ୍ତ୍ର: ପାର୍ଟ ୱାନ- ଶିବା’ ର କାହାଣୀ ଭାରତୀୟ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ।
Trending
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
- ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ
- ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ସମ୍ମିଳନୀ
- ଗଣତନ୍ତ୍ରରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବିଚାର ମନ୍ଥନ ହେଉଛି ସର୍ବୋତ୍ତମ ଉପାୟ
- ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ବୃଦ୍ଧି ପାଇଛି,୮ଟି ଫାଟକ ବନ୍ୟାଜଳ ନିଷ୍କାସନ
- ଯୌତୁକ ପାଇଁ ନିକ୍କିଙ୍କୁ ଜାଳିଥିଲା, ଏବେ ପୁଲିସ କଲା ଏନକାଉଣ୍ଟର
- ସମ୍ବଲପୁରରେ ହେବ ଓୟୁଏଟିର କ୍ୟାମ୍ପସ
- ବୁଲା କୁକୁରଙ୍କୁ ମାଂସ ଦିଆଯିବ ନାହିଁ
Prev Post
Next Post