ଆଜିଠାରୁ ଗଡ଼ିବ ରାପିଡ ରେଳ

ରକ୍ଷାବନ୍ଧନ ଅବସରରେ ଆଜି ୧୮ ଅଗଷ୍ଟର ଦ୍ୱିପ୍ରହର ଦୁଇଟାରେ ରାପିଡ ରେଳ, ନମୋ ଭାରତ ଟ୍ରେନ ଗାଜିଆବାଦରୁ ମେରଠ ପର୍ଯ୍ୟନ୍ତ ଗଡିବ। ଜାତୀୟ ରାଜଧାନୀ କ୍ଷେତ୍ର ପରିବହନ ନିଗମ ଏହି ସୂଚନା ଜାରି କରିଛି। ନିଗମ କହିଛି ଯେ, ମେରଠ ସାଉଥ ଆରଆରଟିଏସ ଷ୍ଟେସନରୁ ରବିବାର ଦିନ ଯାତ୍ରୀ ଏନସିଆରରୁ ମେରଠ ପର୍ଯ୍ୟନ୍ତ ଯାତ୍ରା କରିପାରିବେ ଏବଂ ଏଥିରେ ବର୍ତ୍ତମାନ ୪୨ କିମିର ଯାତ୍ରା ସୁଗମ ହେବ।ଏନସିଆରଟିସି ଶନିବାର ଦିନ ଏକ ବିବୃତ୍ତିରେ କହିଛି ଯେ, ୮୨ କିମି ଲମ୍ବା ରୀଜନଲ ରାପିଡ ଟ୍ରାଞ୍ଜିଟ ସିଷ୍ଟମ ରେ ୪୨ କିମିର ଅଂଶ ରବିବାର ଦ୍ୱିପ୍ରହର ଦୁଇଟାରୁ ଆରମ୍ଭ ହେବ। ଅଧିକାରୀମାନଙ୍କ କହିବାନୁଯାୟୀ, ଏହି ଆଠ ଷ୍ଟ୍ରେଚ୍ ଖୋଲିବା ଦ୍ୱାରା ଯାତ୍ରୀମାନଙ୍କୁ ଅନେକ ଆଶ୍ୱସ୍ତି ମିଳିବ।ସାହିଦାବାଦରୁ ମେରଠ ସାଉଥ ପର୍ଯ୍ୟନ୍ତ ଷ୍ଟାଣ୍ଡାର୍ଡ କୋଚର ଭଡା ୧୧୦ ଟଙ୍କା ହେବ, ଯାହା ପ୍ରିମିୟମ କୋଚର ଭଡା ୨୨୦ ଟଙ୍କା ହେବ। ମୋଦୀନଗର ନର୍ଥ ପରେ ଆଗାମୀ ଷ୍ଟେସନ ମେରଠ ସାଉଥ ହେବ।