ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ଏସ୍ୟୁଭି ‘ମହିନ୍ଦ୍ରା ଥାର୍ ରକ୍ସ’ର ଓ୍ବାର୍ଲଡ ପ୍ରିମିୟର ସହ ଅନାବରଣ ନିକଟରେ ହୋଇଯାଇଛି। ଏପରିକି ‘ମହିନ୍ଦ୍ରା ଥାର୍ ରକ୍ସ’ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।
ଉଲ୍ଲେଖଯୋଗ୍ୟ, ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ଏସ୍ୟୁଭି ଉତ୍ପାଦକ (ନିର୍ମାତା) ମହିନ୍ଦ୍ରା ତା’ର ଏହି ନୂତନ ଏସ୍ୟୁଭି ମହିନ୍ଦ୍ରା ଥାର୍ ରକ୍ସ ଜରିଆରେ ଏକ ନୂତନ କ୍ଷମତା ପ୍ରଦର୍ଶନ ସହ ଶିଳ୍ପରେ ମଧ୍ୟ ନୂଆ ମାଇଲଖୁଣ୍ଟ ହାସଲ କରିବାକୁ ଲକ୍ଷ୍ୟ ରଖିଛି।ସେହିଭଳି ‘ମହିନ୍ଦ୍ରା ଥାର୍ ରକ୍ସ’ରେ ୨ଲିଟର ଟର୍ବୋ ପେଟ୍ରୋଲ ଏବଂ ୨.୨ଲିଟର ଡିଜେଲ ଇଞ୍ଜିନର ବିକଳ୍ପ ମଧ୍ୟ ଉପଲବ୍ଧ। ଏପରିକି ୫ସିଟର ବିଶିଷ୍ଠ ଏହି ମଡେଲରେ ୬ଟି ମାନୁଆଲ ଏବଂ ୬ଟି ଅଟୋମେଟିକ୍ ଟ୍ରାନ୍ସ ମିଶନ ସୁବିଧା ରହିଛି।ସେହିପରି ୨୦୨୦ ଅଗଷ୍ଟ ୧୫ରେ ବ୍ରାଣ୍ଡ୍ର ଥାର୍ ମଡେଲ ବା ମହିନ୍ଦ୍ରା ଥାର୍ ବଜାରରେ ପ୍ରବେଶ ସହ ଶିଳ୍ପରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା।ଏ ସମ୍ପର୍କରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ପ୍ରେସିଡେଣ୍ଟ (ଅଟୋମୋଟିଭ ସେକ୍ଟର) ବିଜୟ ନାକ୍ରା କହିଥିଲେ, ଆମେ ଆମର ନୂତନ ଏସ୍ୟୁଭିର ସର୍ବଭାରତୀୟ ଉନ୍ମୋଚନ ସହ ଓ୍ବାର୍ଲଡ ପ୍ରିମିୟର ଅନାବରଣକରି ବେଶ୍ ଉତ୍ସାହିତ ଅଛୁ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post