ସଜେଇ ହେଉଛି ରାଜଧାନୀ

ଦିନକ ପରେ ଦେଶ ପାଳିବ ୭୮ତମ ସ୍ୱାଧୀନତା ଦିବସ।  ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି। ଏଥିପାଇଁ ସଜେଇ ହେଉଛି ରାଜଧାନୀ । ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ନିୟୋଜିତ ହୋଇଛନ୍ତି ୧୦ ହଜାର ପୋଲିସ କର୍ମୀ । ରାସ୍ତାରେ ଲାଗିଛି ପ୍ରାୟ  ୭ ଶହ ଏଆଇ କ୍ୟାମେରା । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୩ ହଜାର ଟ୍ରାଫିକ ପୋଲିସଙ୍କୁ ନିୟୋଜିତ କରାଯାଇଛି। ଇନ୍ଦିରା ବିମାନବନ୍ଦର, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ, ମଲ୍ ରେ ମୁତୟନ ହୋଇଛନ୍ତି ଅତିରିକ୍ତ ପୋଲିସ୍ ଟିମ୍ ଏବଂ ପାରାମିଲିଟାରୀ ଫୋର୍ସ । ଦିଲ୍ଲୀର ସମସ୍ତ ପ୍ରବେଶ ପଥ ସହ ଲାଲକିଲ୍ଲାକୁ ସଂଯୋଗ କରୁଥିବା ରାସ୍ତା କଡ଼ା ସୁରକ୍ଷା ବଳୟରେ ରହିଛି ।  ଅଗଷ୍ଟ 15 ତାରିଖରେ ବିଭିନ୍ନ ରାସ୍ତା ବନ୍ଦ ହେଉଥିବାରୁ ବିକଳ୍ପ ରାସ୍ତା ନେଇ ଆଡଭାଇଜାରି ଜାରି କରିଛି ଦିଲ୍ଲୀ ପୋଲିସ ।