ରାଜଧାନୀର ବିଭିନ୍ନ ହାଟରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ
ଗୋଟିଏ ପଟେ ରାଜ୍ୟରେ ଆଳୁ ସମସ୍ୟା ଜାରି ରହିଛି । ଅନ୍ୟପଟେ ଏହାର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ । ଚଢା ଦରରେ ଗ୍ରାହକଙ୍କୁ ଆଳୁ ବିକ୍ରି କରୁଛନ୍ତି । ଯାହାକୁ ନେଇ ଭୁବନେଶ୍ୱର ବିଭିନ୍ନ ହାଟ ଗୁଡିକରେ ଚଢାଉ ଚାଲିଛି ।ଯୋଗାଣ ବିଭାଗ ସହ ଏହା ଅଧିନସ୍ଥ ଓଜନ ମାପକ ବିଭାଗ ପକ୍ଷରୁ ଏହି ଚଢାଉ ହୋଇଛି । ସୁନ୍ଦରପଦାରେ ଥିବା ହାଟ ଉପରେ ଚଢ଼ାଉ କରି ୩ ମେସିନ ଓ ମୋଟା ଅଙ୍କର ଫାଇନ୍ ଆଦାୟ କରିଛି ବିଭାଗ । ବିଶେଷ କରି ଆଳୁ ଦରରେ ବଜାରରେ ସୁଧାର ଆଣିବା ଓ କଳା ବାଜରି ରୋକିବାକୁ ଏଭଳି ଚଢ଼ାଉ ଜାରି ରହିଛି । ଯଦିର ଅଧିକ ଦରରେ ବିକ୍ରି କରାଯାଏ, ତେବେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି ।