ଅଗଷ୍ଟ ୧୦ରେ ବଲିଉଡର କିଙ୍ଗ ଖାନ୍ ଙ୍କୁ ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲ୍ ୨୦୨୪ରେ ଆୱାର୍ଡ଼ରେ ସମ୍ମାନିତ କରାଯାଇଥିଲା । ଏହି ଫିଲ୍ମ ଫେଷ୍ଟିଭାଲରେ ପୁରସ୍କାର ପାଇ ଶାହରୁଖ ନିଜ ଖୁସି ବ୍ୟକ୍ତ କରିଛନ୍ତି । ଏହି ଇଭେଣ୍ଟ ସମୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସ୍ୱିଜରଲ୍ୟାଣ୍ଡରେ ୭୭ ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲ ଅବସରରେ ଶାହରୁଖ ଖାନ୍ କଳା ରଂଗର ସାର୍ଟ ଓ ପ୍ୟାଣ୍ଟ୍ ସହ ମ୍ୟାଚିଂ ବ୍ଲେଜରରେ ଫର୍ମାଲ ଲୁକରେ ନଜର ଆସିଥିଲେ । ପୁରସ୍କାର ଗ୍ରହଣ କରିବା ପରେ ସେ ଏକ ଲମ୍ବା ଭାଷଣ ଦେଇ କହିଥିଲେ, ‘ଲୋକାର୍ନୋର ଅତି ସୁନ୍ଦର, ଅତି ସାଂସ୍କୃତିକ, ଅତି ସୃଜନଶୀଳ ଏବଂ ଅତି ହଟ୍ ଶହରରେ ଭବ୍ୟ ସ୍ୱାଗତ କରିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ଏତେ ସଂଖ୍ୟକ ଲୋକମାନଙ୍କୁ ଦେଖି ମୋତେ ଭାରତ ଭଳି ଅନୁଭବ ହେଉଛି । ମୋତେ ନିମନ୍ତ୍ରଣ କରିଥିବାରୁ ବହୁତ ବହୁତ ଧନ୍ୟବାଦ ।’ ଭାଷଣ ଦେବା ସମୟରେ ଜଣେ ଫ୍ୟାନ୍ ଶାହରୁଖଙ୍କୁ ଆଇ ଲଭ୍ ୟୁ କହିଥିଲେ । ଏହାର ପ୍ରତିଉତ୍ତରରେ ଶାହରୁଖ କହିଥିଲେ- ଆଇ ଲଭ୍ ୟୁ ଟୁ, ସିରିୟସ୍ ସ୍ପିଚ୍ ପରେ ସବୁ ଡ୍ରାମା ଜାରି ରହିବା ଉଚିତ । ଏହା ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲ, ସମସ୍ତଙ୍କୁ ଇଣ୍ଟେଲେକ୍ଚୁଆଲ ହେବାର ଆବଶ୍ୟକ, ଠିକ୍ ଅଛି ?’ ଶେଷରେ ସେ ଭାତର ତରଫରୁ ସମସ୍ତଙ୍କୁ ନମସ୍କାର ଏବଂ ଧନ୍ୟବାଦ କହିଥିଲେ ।
Trending
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
Prev Post
Next Post