ଇତିହାସ ରଚିବ ଇସ୍ରୋ

 ଗଷ୍ଟ ୧୫ରେ SSLV-D3 ରକେଟରେ ଉତକ୍ଷେପଣ ହେବ ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ EOS-08 । ଶ୍ରୀହରିକୋଟାରୁ ସକାଳ ୯ଟା ୧୭ରେ ଏହି ଲଞ୍ଚ ହେବ। ଏହା ସ୍ମଲ୍ ସାଟେଲାଇଟ୍ ଲଞ୍ଚ ଭେହିକିଲ୍ ବା SSLVର ତୃତୀୟ ତଥା ଚୂଡ଼ାନ୍ତ ଉଡ଼ାଣ ହେବାକୁ ଯାଉଛି । ଫଳରେ SSLV ଡେଭଲପମେଣ୍ଟ ପ୍ରୋଜେକ୍ଟ ସଂପୂର୍ଣ୍ଣ ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ଭାରତୀୟ ଇଣ୍ଡଷ୍ଟ୍ରି ଓ NSIL ଦ୍ବାରା ବ୍ୟବହାର କରାଯିବ । EOS-08 ଏକ ଅପେକ୍ଷାକୃତ କ୍ଷୁଦ୍ର ଆକୃତିର ସାଟେଲାଇଟ୍ ।