ବିନା ଇଣ୍ଟରନେଟରେ କେମିତି କରିବେ ଅନଲାଇନ୍ ପେମେଣ୍ଟ୍
ଇଣ୍ଟର୍ନେଟ୍ରେ କିପରି କରିବେ ଆପଣ ୟୁପିଇ ମାଧ୍ୟମରେ ୧ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ। କିନ୍ତୁ ଆପଣ ଜାଣନ୍ତି କି ଇଣ୍ଟରନେଟ୍ ବିନା ଆପଣ ମଧ୍ୟ UPI ପେମେଣ୍ଟ୍ କରିପାରିବେ। ତେବେ ବିନା ଇଣ୍ଟରନେଟ୍ରେ କିପରି କରିହେବ ପେମେଣ୍ଟ ଆସନ୍ତୁ ଜାଣିବା.. UPI ଦେଶର ସବୁଠାରୁ ବଡ ପେମେଣ୍ଟ ସିଷ୍ଟମ୍ରେ ପରିଣତ ହୋଇଛି। ସେ ପାନଦୋକାନୀ ହେଉ କି ପନିପରିବା ବଜାର.. ସବୁଠି UPI ପେମେଣ୍ଟ ବ୍ୟବହାର କରାଯାଉଛି। UPI ମାଧ୍ୟମରେ ୧ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ । କିନ୍ତୁ ଆପଣ ଜାଣନ୍ତି କି ଇଣ୍ଟରନେଟ୍ ବିନା ଆପଣ ମଧ୍ୟ UPI ପେମେଣ୍ଟ୍ କରିପାରିବେ।ଇଣ୍ଟରନେଟ୍ ବିନା UPI ପେମେଣ୍ଟ କିପରି କରିବେ: ପେମେଣ୍ଟ୍ କରିବାକୁ, ଫୋନରେ * 99 # ଡାଏଲ୍ କରିବା ପରେ ୧ ଦବାନ୍ତୁ ଏହା ପରେ, ଆପଣ ଟଙ୍କା ପଠାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କ UPI ID / ବ୍ୟାଙ୍କ୍ ଆକାଉଣ୍ଟ ନମ୍ବର / ଫୋନ୍ ନମ୍ବର ଏଣ୍ଟ୍ରୀ କରନ୍ତୁ ବର୍ତ୍ତମାନ ଆପଣ ପଠାଇବାକୁ ଚାହୁଁଥିବା ଟଙ୍କାର ପରିମାଣ ଏବଂ UPI ପିନ୍ ଏଣ୍ଟ୍ରୀ କରନ୍ତୁ ଏହା କରିବା ମାତ୍ରେ ପେମେଣ୍ଟ୍ ହୋଇଯିବ । * 99 # ସେବା ବ୍ୟବହାର କରିବା ପାଇଁ ଆପଣଙ୍କୁ ୦.୫୦ ଟଙ୍କା ଚାର୍ଜ ସହ ଏହି ସର୍ଭିସ୍ ଦ୍ୱାରା ଆପଣ ୫,୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର କରିପାରିବେ।