ଶାଢ଼ି ପିନ୍ଧି ହକି ଖେଳିଲେ ତାପସୀ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତାପସୀ ପନ୍ନୁ । ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ତାଙ୍କ ସ୍ୱାମୀ ମାଥିଆସ ବୋଇ(Mathias Boe)ଭାରତୀୟ ବ୍ୟାଡମିଣ୍ଟନ କୋଚ୍ ଭାବେ ଯାଇଥିଲେ । ସ୍ୱାମୀଙ୍କୁ ଉତ୍ସାହିତ କରିବା ପାଇଁ ତାପସୀ ପନ୍ନୁ ନିଜ ଭଉଣୀଙ୍କ ସହ ପ୍ୟାରିସ୍ ପହଂଚିଥିଲେ । ସେଠାରେ ସେ ବହୁତ ଏନଜୟ କରିଛନ୍ତି । ସୋସିଆଲ ମିଡିଆରେ ସ୍ୱାମୀଙ୍କ ସହ ହଳଦିଆ ଶାଢ଼ିରେ ହକି ଖେଳୁଥିବାର ଫଟୋ ବି ଶେୟାର କରିଛନ୍ତି । ଏଥିରେ ତାପସୀଙ୍କ ଲୁକ୍ ଓ ଅନ୍ଦାଜକୁ ଫ୍ୟାନ୍ସ ବେଶ ପସନ୍ଦ କରିଛନ୍ତି ।