ଚୀନ୍‌-ପାକ୍‌ ଷଡ଼୍‌ଯନ୍ତ୍ର

ବାଂଲାଦେଶରେ ଏବେ ଯେଉଁ ଅରାଜକ ସ୍ଥିତି ଆସିଛି ତା’ ପଛରେ ଚୀନ୍‌ ଏବଂ ପାକିସ୍ତାନର ବଡ଼ ଧରଣର ଷଡ଼୍‌ଯନ୍ତ୍ର ଅଛି। ସଂରକ୍ଷଣକୁ ବିରୋଧ କରି ଦେଶବ୍ୟାପୀ ହିଂସାତ୍ମକ ଆନ୍ଦୋଳନ ଏବଂ ପରିଶେଷରେ ଶେଖ୍‌ ହସିନାଙ୍କ ୧୫ ବର୍ଷ ଶାସନର ଅନ୍ତ ଘଟିବା ଏକ ଯୋଜନାବଦ୍ଧ ଷଡ଼୍‌ଯନ୍ତ୍ର ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି।। ଢାକାରେ ଏକ ଭାରତ ବିରୋଧୀ ସରକାର ଗଠନ ପାଇଁ ଉଭୟ ପାକିସ୍ତାନ ଏବଂ ଚୀନ୍‌ ମିଳିତ ଭାବେ ଗୁପ୍ତ ପ୍ରୟାସ କରିଥିଲେ ଏବଂ ଏହି ପ୍ରକ୍ରିୟାରେ ସେମାନେ ହସିନାଙ୍କୁ ଗାଦିଚ୍ୟୁତ କରିବାରେ ସମର୍ଥ ହୋଇଛନ୍ତି। ବାଂଲାଦେଶରେ ଆୱାମୀ ଲିଗ୍‌ ସରକାରର ପତନ ଘଟାଇ ଭାରତ ବିରୋଧୀ ସରକାର ଗଠନ କରିବାକୁ ଉଭୟ ପାକିସ୍ତାନ ଏବଂ ଚୀନ୍‌ ହିଂସା ପାଇଁ ଉସୁକାଇଥିଲେ ଏବଂ ଏଥିପାଇଁ ଚରମପନ୍ଥୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଢାକାରେ ହିଂସା ପାଇଁ ଉଭୟ ବେଜିଂ ଏବଂ ଇସଲାମାବାଦ ଆର୍ଥିକ ଏବଂ ରଣନୀତିକ ସମର୍ଥନ ପ୍ରଦାନ କରିଛନ୍ତି।