ବିଜେପିରେ ମିଶିବେ ବଡ଼ ବିଜେଡି ନେତା । ବିଜେପି ବିଧାୟକଙ୍କ ବିସ୍ଫୋରକ ବୟାନ । ‘ଲାଇନ୍ରେ ଅଛନ୍ତି ଅନେକ ବଡ ନେତା’ ।ଏଭଳି ଏକ ଚର୍ଚ୍ଚା ଏବେ ରାଜ୍ୟ ରାଜନୀତିରେ ଜୋରଦାର ହୋଇଛି । ନିର୍ବାଚନ ପୂର୍ବରୁ ଯଦିଓ କିଛି ବିଜେଡି ନେତା ବିଜେପିରେ ମିଶିଥିଲେ ଏହା ପଛରେ କିନ୍ତୁ ଦଳୀୟ ଟିକେଟ୍ ହାତେଇବା ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ତେଣୁ ଏହି ଚର୍ଚ୍ଚା ସେହି ସମୟର ନୁହେଁ । ବରଂ ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ କିଛି ଘଟଣାରୁ ଆରମ୍ଭ ହୋଇଛି ବିଜେଡି ଛିଡୁଥିବାର ଚର୍ଚ୍ଚା ।ବିଶେଷ କରି ଗତ ଜୁଲାଇ ୩୧ରେ ବିଜେଡିର ରାଜ୍ୟସଭା ସାଂସଦ ପଦରୁ ମମତା ମହାନ୍ତ ଇସ୍ତଫା ଦେବା ଏବଂ ଏହାର ଠିକ୍ ପରଦିନ ଅର୍ଥାତ୍ ଅଗଷ୍ଟ ୧ ତାରିଖରେ ସେ ବିଜେପିରେ ମିଶିବା ଏହି ଚର୍ଚ୍ଚାକୁ ଅଧିକ ଇନ୍ଧନ ଯୋଗାଇଥିଲା । ବିଜେଡି ଛାଡିବା ପରେ ମମତା ନିଜ ଅସନ୍ତୋଷକୁ ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ । ସେ ବିଜେଡିରେ ଅଲୋଡା ହୋଇପଡିଥିଲେ । ଦଳ ତାଙ୍କ ସେବା ଆବଶ୍ୟକତା କରୁନଥିଲା । ମୁଁ ଲୋକଙ୍କ ପାଇଁ କାମ କରିବାକୁ ଚାହୁଁଛି । ସେଥିପାଇଁ ମୁଁ ସେ ଦଳରେ ରହିବାର ଆବଶ୍ୟକତା ଅନୁଭବ କଲିନାହିଁ ବୋଲି ସାମାଜିକ ଗଣମାଧ୍ୟମରେ ଲେଖିଥିଲେ ମମତା । ତେବେ ମମତା ମହାନ୍ତ କୁଡୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ ଭାବେ ବେଶ୍ ପରିଚିତ ଥିଲେ । ମୟୂରଭଞ୍ଜ ଓ ପଡୋଶୀ କେନ୍ଦୁଝର ଜିଲ୍ଲାରେ ଏହି ସଂପ୍ରଦାୟର ବହୁ ଲୋକ ରହିଥିବା ବେଳେ ମମତା ସେମାନଙ୍କ ପାଇଁ ଅନେକ କାମ କରୁଥିଲେ ।ଯେଉଁଥିପାଇଁ ୨୦୨୦ରେ ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା । ହେଲେ ଗତ ବୁଧବାର ସେ ବିଜେଡି ଛାଡି ଗୁରୁବାର ବିଜେପିରେ ମିଶିଥିଲେ । ଆଉ ମମତାଙ୍କ ଦଳ ଛାଡିବା ବିଜେଡି ପାଇଁ ମହଙ୍ଗା ପଡିପାରେ ବୋଲି ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଲା । ବିଜେଡିର ଆହୁରି ଅନେକ ନେତା ବିଜେପି ମୁହାଁ ବୋଲି ମଧ୍ୟ କିଛି ନେତା ଗଣମାଧ୍ୟମରେ କହିଲେ । ହେଲେ ଆଜି ଏହି କୁହୁଳୁଥିବା ଚର୍ଚ୍ଚାକୁ ଅଧିକ ଇନ୍ଧନ ଯୋଗାଇଛି ବିଜେପି ବିଧାୟକ ଅଶୋକ ମହାନ୍ତିଙ୍କ ବିସ୍ଫୋରକ ବୟାନ । ସେ କହିଛନ୍ତି କି ବିଜେଡିର ବହୁ ନେତା ଓ ବିଧାୟକ ବିଜେପି ସହ ଯୋଗସୂତ୍ରରେ ଅଛନ୍ତି । ବହୁ ଲୋକ ବିଜେଡି ଛାଡି ବିଜେପିରେ ମିଶିବାକୁ ଚାହୁଁଛନ୍ତି ।ଯେଉଁ ନେତାମାନଙ୍କୁ ବିଜେଡି ସେଠି ଅଣଦେଖା କରିଛି ସେହିଭଳି ନେତୃବୃନ୍ଦ ଖୁବ୍ ଶୀଘ୍ର ବିଜେଡି ଛାଡି ବିଜେପିରେ ଯୋଗଦେବେ ବୋଲି କହିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି । ସେପଟେ ବିଜେପି ବିଧାୟକଙ୍କ ଏଭଳି ବୟାନକୁ ଖଣ୍ଡନ କରିଛି ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି କି ବିଜେପି କେବଳ ବାହାସ୍ଫୋଟ ମାରୁଛି । ଦଳ ଏକ ଅଛି । ବିଜେଡିକୁ ଅସ୍ଥିର କରିବା ପାଇଁ ବିଜେପି ଏଭଳି ସବୁ ଯୋଜନା କରୁଛି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତ୍ରୀ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ