ଗତମାସରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ୨୦୨୪-୨୫ରେ ଏହି ଘୋଷଣା କରିବା ପରେ ଏହାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଛି। କେବେଠାରୁ ଏହାକୁ କାର୍ଯ୍ୟକାରୀ କରାଯିବ ତାହା ଘୋଷଣା ହୋଇ ନଥିବାରୁ ଏ ନେଇ ଲୋକଙ୍କ ମନରେ ଏବେ ବି ଉତ୍କଣ୍ଠା ରହିଛି।ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ସରକାର ଭତ୍ତା ରାଶିରେ ୫୦୦ ଟଙ୍କା ଲେଖାଏଁ ବୃଦ୍ଧି କରି ସର୍ବନିମ୍ନ ଭତ୍ତା ୧୦୦୦ ଟଙ୍କା କରିଥିଲେ। କିନ୍ତୁ ବିଜେପି କ୍ଷମତାକୁ ଆସିଲେ ୩୦୦୦ ଟଙ୍କା ଲେଖାଏଁ ଭତ୍ତା ଦେବ ବୋଲି ନିର୍ବାଚନ ସମୟରେ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲା। ତେବେ ମୋହନ ମାଝୀ ବଜେଟ୍ରେ ପ୍ରଥମେ ୮୦ ବର୍ଷରୁ ଅଧିକ ଏବଂ ୮୦ ପ୍ରତିଶତ ବା ତଦୂର୍ଦ୍ଧ୍ବ ଦିବ୍ୟାଙ୍ଗ ବର୍ଗର ବ୍ୟକ୍ତିଙ୍କୁ ମାସିକ ୩୫୦୦ ଟଙ୍କା ଭତ୍ତା ପ୍ରଦାନ ନେଇ ଘୋଷଣା କରିଛନ୍ତି। ଏଭଳି ସ୍ଥିତିରେ ଅନ୍ୟ ବୟସ ଓ ବର୍ଗର ବ୍ୟକ୍ତିଙ୍କ ପାଇଁ ବିଜେପି ସରକାର କେବେ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବେ ତାହାକୁ ଲୋକମାନେ ଅପେକ୍ଷା କରି ରହିଛନ୍ତି। ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପାଖାପାଖି ୫୬ ଲକ୍ଷ ୭୭ ହଜାର ଲୋକ ମାସିକ ଭତ୍ତା ପାଉଛନ୍ତି। ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍ଏସ୍ଏପି)ରେ ୨୦ ଲକ୍ଷ ୩୪ ହଜାର ଏବଂ ରାଜ୍ୟ ସରକାରଙ୍କ ନିଜସ୍ବ କାର୍ଯ୍ୟକ୍ରମ ମଧୁବାବୁ ପେନସନ ଯୋଜନାରେ ୩୬ ଲକ୍ଷ ୪୩ ହଜାର ବ୍ୟକ୍ତି ଭତ୍ତା ପାଉଛନ୍ତି। ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ସରକାର ବିଭିନ୍ନ ବର୍ଗର ଭତ୍ତା ରାଶିରେ ୫୦୦ ଟଙ୍କା ଲେଖାଏଁ ବୃଦ୍ଧି କରିଥିଲେ। ୮୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ୧୪୦୦ ଟଙ୍କା ଲେଖାଏଁ ଭତ୍ତା ଦିଆଯାଉଥିଲା।ଚଳିତ ବଜେଟ୍ରେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣାକୁ ଦେଖିଲେ ପାଖାପାଖି ୫ ଲକ୍ଷ ୨୭ ହଜାର ବ୍ୟକ୍ତିଙ୍କୁ ସରକାର ମାସିକ ୩୫୦୦ ଟଙ୍କା ଭତ୍ତା ଦେବାକୁ ପଡ଼ିବ ବୋଲି ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି। କାରଣ ମଧୁବାବୁ ପେନସନ ଯୋଜନାରେ ୮୦ ବର୍ଷରୁ ଅଧିକ ବର୍ଷ ଏବଂ ୮୦ ପ୍ରତିଶତ ଦିବ୍ୟାଙ୍ଗ ବର୍ଗର ବ୍ୟକ୍ତିଙ୍କ ସଂଖ୍ୟା ପ୍ରାୟ ୨ ଲକ୍ଷ ୮୧ ହଜାର । ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ଏମାନଙ୍କୁ ଭତ୍ତା ଦେଉଥିବାରୁ ଏ ବାବଦରେ ରାଜକୋଷରୁ ବାର୍ଷିକ ୧୧୮୦ କୋଟି ଖର୍ଚ୍ଚ କରିବାକୁ ପଡ଼ିବ। ସେହିଭଳି ଏନ୍ଏସ୍ଏପିରେ ୮୦ ବର୍ଷରୁ ଅଧିକ ଏବଂ ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ବର୍ଗର ବ୍ୟକ୍ତିଙ୍କ ସଂଖ୍ୟା ପାୟ ୨ ଲକ୍ଷ ୪୬ ହଜାର । ଏମାନଙ୍କୁ କେନ୍ଦ୍ର ସରକାର ଭତ୍ତା ବାବଦରେ ମାସିକ ୫୦୦ ଟଙ୍କା ପ୍ରଦାନ କରୁଛନ୍ତି। ତେଣୁ ରାଜ୍ୟ ସରକାରଙ୍କୁ ଏମାନଙ୍କ ପାଇଁ ଟପ୍ ଅପ୍ ବାବଦରେ ମୁଣ୍ଡପିଛା ମାସିକ ୩୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏ ବାବଦରେ ରାଜ୍ୟ ରାଜକୋଷରୁ ବାର୍ଷିକ ୮୮୬ କୋଟି ଟଙ୍କା ଖର୍ଚ୍ଚ ହେବ। ଉଭୟ ଯୋଜନାର ହିତାଧିକାରୀଙ୍କ ବାବଦରେ ରାଜ୍ୟ ସରକାରଙ୍କୁ ବର୍ଷକୁ ପ୍ରାୟ ୨୦୬୬ କୋଟି ଟଙ୍କା ବ୍ୟୟ କରିବାକୁ ହେବ।ତେବେ ସରକାରଙ୍କ ଘୋଷଣାକୁ କାର୍ଯ୍ୟକାରୀ କରିବା କଷ୍ଟସାଧ୍ୟ ହେବ। କାରଣ ପ୍ରତିବର୍ଷ ନୂଆ ଲୋକ ୮୦ ବର୍ଷ ବୟସ ବର୍ଗରେ ନୂଆକରି ସାମିଲ ହେଉଥିବାବେଳେ କିଛି ହିତାଧିକାରୀଙ୍କର ମୃତ୍ୟୁ ମଧ୍ୟ ହେଉଛି। ପଞ୍ଚାୟତସ୍ତରରେ ଯଦି ଏହି ତଥ୍ୟ ଠିକ୍ ସମୟରେ ରାଜ୍ୟ ସରକାରଙ୍କ ନିକଟକୁ ନଆସେ ତା’ହେଲେ ବଜେଟ୍ରେ ଏ ବାବଦରେ ଅର୍ଥ ବରାଦ କରିବା ସହଜ ହେବ ନାହିଁ ବୋଲି ସାମାଜିକ ସୁରକ୍ଷା କ୍ଷେତ୍ରରେ ଗବେଷଣା କରୁଥିବା ସିୱାଇଏସ୍ଡିର ପ୍ରୋଗ୍ରାମ ମ୍ୟାନେଜର ଉପାଲି ମହାନ୍ତି ମତ ଦେଇଛନ୍ତି।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ