ୱାୟନାଡ ଭୂ-ସ୍ଖଳନ ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢାଇଲେ ଅଲ୍ଲୁ ଅର୍ଜୁନ
କେରଳର ୱାୟନାଡ ଜିଲ୍ଲାରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୫୦ ଅତିକ୍ରମ କରିଛି। ୱାୟନାଡର ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ହୋଇଥିବା ବେଳେ ୩୫୮ ଜଣଙ୍କର ମୃତ୍ୟୁ ଘଟିସାରିଲାଣି। କେରଳ ସରକାର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି | ତେବେ ଏହି ବିପତ୍ତି ସମୟରେ କେରଳ ସରକାରଙ୍କୁ ସାହାଯ୍ୟ କରିବାକୁ ସାଉଥ ଅଭିନେତା-ଅଭିନେତ୍ରୀମାନେ ଆଗକୁ ଆସିଛନ୍ତି | ସାଉଥ ଇଣ୍ଡଷ୍ଟ୍ରିର ଅନେକ ଅଭିନେତା-ଅଭିନେତ୍ରୀ କେରଳ ସିଏମଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ଯେତେବେଳେ ବି ପ୍ରାକୃତିକ ବିପର୍ଯ୍ୟୟ ଘଟେ, ଏହି ତାରକାମାନେ ସର୍ବଦା ସରକାରଙ୍କ ସହିତ ଛିଡା ହୁଅନ୍ତି | କରୋନା ସମୟରେ ମଧ୍ୟ ଏହି ତାରକାମାନେ ସିଏମଙ୍କ ପାଣ୍ଠିକୁ ଦାନ କରିଥିଲେ ଏବଂ ବର୍ତ୍ତମାନ ସେମାନେ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ଏହି ରିଲିଫ୍ ପାଣ୍ଠିରେ ସରକାରଙ୍କୁ ସାହାଯ୍ୟ କରି ସେମାନେ ପ୍ରକୃତ ନାଗରିକ | ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ୨୫ ଲକ୍ଷ ଟଙ୍କାର ରାଶି ସିଏମ ରିଲିଫ ପାଣ୍ଠିରେ ଜମା କରିଛନ୍ତି |ଏନେଇ ସେ ନିଜ ଇନ୍ଷ୍ଟଗ୍ରାମରେ ଲେଖିଛନ୍ତି, ‘ମୁଁ କେରଳର ଲୋକମାନଙ୍କ ପାଇଁ ପ୍ରାର୍ଥନା କରୁଛି ୱାୟାନାଡରେ ସମ୍ପ୍ରତି ଭୂସ୍ଖଳନ ନେଇ ମୁଁ ଅତ୍ୟନ୍ତ ଦୁଃଖିତ । କେରଳ ମୋତେ ସବୁବେଳେ ବହୁତ ଭଲ ପାଏ ଏବଂ ମୁଁ କେରଳ ସିଏମ ରିଲିଫ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦାନ କରୁଛି | ଅଲ୍ଲୁ ଅର୍ଜୁନଙ୍କ ବ୍ୟତୀତ ସାଉଥ ଅଭିନେତା ବିକ୍ରମ ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ମାମୁତି ଏବଂ ତାଙ୍କ ପୁଅ ଦୁଲକର ସଲମାନ ଏକାଠି ୩୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ଅଭିନେତା ଫାହାଦ୍ ଫାସିଲ ଏବଂ ନାଜରିଆ ନାଜିମ ୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ସୂର୍ଯ୍ୟା ଏବଂ ତାଙ୍କ ପତ୍ନୀ ଜ୍ୟୋତିିକା ୩୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ଅନ୍ୟପଟେ ରଶ୍ମିକା ମନ୍ଦନା ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି।