ଅଗଷ୍ଟ ୧୨ରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ଇରାନ

ହାମାସର ମୁଖ୍ୟ ଇସମାଇଲ ହାନିଆଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଇରାନ ପ୍ରତିଶ୍ରୁତି ଦେଇଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନି ମଧ୍ୟ ଏହି ଆକ୍ରମଣକୁ ଅନୁମୋଦନ କରିଛନ୍ତି ଏବଂ ଇରାନ ସେନା ଖୁବଶୀଘ୍ର ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ସୂଚନା ମିଳିଛି । ଇରାନ ଅଗଷ୍ଟ ୧୨ ସୋମବାର ସୁଦ୍ଧା ଆକ୍ରମଣ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶ ଇସ୍ରାଏଲ, ଇରାନ, ଲେବାନନରେ ଥିବା ନିଜ ନିଜର ନାଗରିକଙ୍କ ପାଇଁ ସତର୍କତା ଜାରି କରିଛନ୍ତି ।ହନିଆଙ୍କ ମୃତ୍ୟୁ ପରେ ସମଗ୍ର ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ସେପଟେ ଆମେରିକାସେଣ୍ଟ୍ରାଲ କମାଣ୍ଡର ଜେନେରାଲ ମାଇକେଲ କୁରିଲା ଶନିବାର ଇସ୍ରାଏଲରେ ପହଞ୍ଚିଛନ୍ତି। ଯଦିଓ ତାଙ୍କର ଏହି ଗସ୍ତକୁ ଏକ ଯୋଜନା ବୋଲି କୁହାଯାଉଛି, ତଥାପି ଏହାକୁ ଇସ୍ରାଏଲର ପ୍ରତିରକ୍ଷାରେ ଶକ୍ତି ସଂଗ୍ରହ କରିବାର ଏକ ପଦକ୍ଷେପ ଭାବରେ ଦେଖାଯାଉଛି ।