ପୁଣି ଥରେ ଭାରତ ବଜାରକୁ ପ୍ରବେଶ କରିବ ଆମେରିକୀୟ କାର୍ କମ୍ପାନି ଫୋର୍ଡ ଉପରେ ବିଚାର କରୁଛି। କିନ୍ତୁ ଏଥର ନୂଆ ରଣନୀତି ସହ ଆସିବ। କମ୍ପାନି ଇଲେକ୍ଟ୍ରିକ କାର୍ ଆଣିବା ଯୋଜନା ରହିଛି। ଫୋର୍ଡର ସିଇଓ ଜିମ୍ ଫାରଲେ ଏବଂ ଗ୍ଲୋବାଲ କମ୍ପାନି ମୁଖ୍ୟାଳୟରେ ଭାରତରେ ପୁନଃପ୍ରବେଶର ଆର୍ଥିକ ଲାଭ ଓ କ୍ଷତି ଦିଗ ଉପରେ ବିଚାରବିମର୍ଶ କରୁଛନ୍ତି।୨୦୨୧ ମସିହାରେ କମ୍ପାନି ଭାରତ ଛାଡ଼ିଥିଲା। କିନ୍ତୁ ବର୍ତ୍ତମାନ ପୁଣି ଭାରତକୁ ପ୍ରବେଶ କରିବାକୁ ଯୋଜନା କରୁଛି। ଭାରତରେ କାର୍ ଉତ୍ପାଦନ କରି ଭାରତରେ ବିକ୍ରି କରିବା ଏବଂ ବିଦେଶକୁ ରପ୍ତାନି କରିବା ଯୋଜନା ଏହାର ରହିଛି। ତେବେ କମ୍ପାନି ଏ କ୍ଷେତ୍ରରେ ଆଗକୁ ବଢ଼ିବ ବୋଲି ଆଶା କରାଯାଉଛି। ପୂର୍ବରୁ ଫୋର୍ଡ ଭାରତରେ ୨ ବିଲିଅନ ଡଲାରରୁ ଅଧିକ ନିବେଶ କରିଥିଲା। ଇକୋସ୍ପୋର୍ଟ ଏବଂ ଫିଗୋ ଭଳି ମଡେଲ ବିଶେଷ ସଫଳତା ହାସଲ କରିଥିଲା। ପାଶ୍ଚତ୍ୟ ବଜାରରେ ସ୍ଥାଣୁତା ଆସିଯାଇଥିବାରୁ ଭାରତ ବର୍ତ୍ତମାନ ବଡ଼ ବଜାର ବୋଲି କମ୍ପାନି ବିଶ୍ବାସ କରୁଛି। ଭାରତର ସମ୍ଭାବ୍ୟ କ୍ରେତାଙ୍କ ମଧ୍ୟରେ ଫୋର୍ଡ ବ୍ରାଣ୍ଡ୍ ସୁପରିଚିତ ଥିବାରୁ ଏହି ବଜାର ବାହାରେ ରହିବା ଠିକ୍ ହେବ ନାହିଁ ବୋଲି କମ୍ପାନି ଅଧିକାରୀମାନେ ଚିନ୍ତା କରୁଛନ୍ତି। ଭାରତରେ ପୁନଃପ୍ରବେଶ ଯୋଜନାକୁ ଯଦି ମଞ୍ଜୁରି ମିଳେ ତାହେଲେ ଚେନ୍ନାଇ ପ୍ଲାଣ୍ଟର ବ୍ୟାପକ ପରିବର୍ତ୍ତନ ହେବ। ଆଇନଗତ ପ୍ରକ୍ରିୟା ସହ ନୂଆ ଯନ୍ତ୍ରାଂଶ ସ୍ଥାପନ କରାଯିବ। ସଜ୍ଜନ ଜିନ୍ଦଲଙ୍କ ଜେଏସ୍ଡବ୍ଲୁ ଫୋର୍ଡର ଚେନ୍ନାଇ କାରଖାନାକୁ ବିକ୍ରି ନେଇ ହୋଇଥିବା ରାଜିନାମାରୁ ଓହରିବା ନିଷ୍ପତ୍ତି ଆମେରିକୀୟ କମ୍ପାନି ଭାରତକୁ ଫେରିବାର ଆଭାସ ମିଳିଥିଲା। ଯଦି ଭାରତରେ ପୁନଃ ପ୍ରବେଶକୁ ଅନୁମତି ମିଳେ ତାହେଲେ ଫୋର୍ଡ ଚେନ୍ନାଇ କାରଖାନାରୁ କାର୍ ଉତ୍ପାଦନ ପାଇଁ ୧ ବର୍ଷ ସମୟ ନେଇପାରେ।
Trending
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ
Next Post