ରାଜ୍ୟ ପୋଲିସ ମୁଖ୍ୟ ହୋଇପାରନ୍ତି ଯୋଗେଶ ବାହାଦୂର ଖୁରାନିଆ

କେନ୍ଦ୍ରୀୟ ଡେପୁଟେସନରୁ ଫେରି ରାଜ୍ୟ ପୋଲିସ ମୁଖ୍ୟ ହୋଇପାରନ୍ତି  ବରିଷ୍ଠ ପୁଲିସ ପ୍ରଶାସନିକ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆ।  ୱାଇବି ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ଓଡ଼ିଶାର ପରବର୍ତ୍ତି ପୁଲିସ ମହାନିର୍ଦେଶକ (ଡିଜିପି) ନେଇ ଚର୍ଚ୍ଚା ଜୋର ଧରିଛି।   ପରବର୍ତ୍ତି ପୁଲିସ ମହାନିର୍ଦେଶକ(ଡିଜିପି) ଭାବେ ଯୋଗେଶ ବାହାଦୂର ଖୁରାନିଆଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇପାରନ୍ତି। ଏ ନେଇ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟର ପ୍ରସ୍ତାବକୁ ଅନୁମୋଦନ କରିଥିବା ସୂଚନା ମିଳିଛି। ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ ୱାଇବି ଖୁରାନିଆ ପୂର୍ବରୁ ପୁଲିସ କମିଶନର ଥିଲେ ।   ବିଏସଏଫରେ ସ୍ପେଶାଲ ଡିଜି ଭାବେ କାର୍ଯ୍ୟ କରୁଥିଲେ ୱାଇବି ଖୁରାନିଆ। ବିଏସଏଫ ଡ଼ିଜି ପଦରୁ ବରିଷ୍ଠ ଆଇପିଏସ ନିତୀନ ଅଗ୍ରଓ୍ବାଲ ଓ ସ୍ପେଶାଲ ଡ଼ିଜି  ଓ୍ବାଇବି ଖୁରାନିଆଙ୍କୁ  ହଟାଇଛି ଗୃହ ମନ୍ତ୍ରାଳୟ । ବରିଷ୍ଠ ଆଇପିଏସ ନୀତୀନ ଅଗ୍ରଓ୍ବାଲ କେରଲ  ଯାଇଥିବା ବେଳେ ଓ୍ବାଇବି ଖୁରାନିଆ ଓଡ଼ିଶା ଫେରିଛନ୍ତି ।  ବିଏସଏଫ ଡିଜି ପଦରୁ ବରିଷ୍ଠ ଆଇପିଏସ ନୀତୀନ ଅଗ୍ରୱାଲ ଓ ସ୍ପେଶାଲ ଡିଜି ପଦରୁ ୱାଇବି ଖୁରାନିଆଙ୍କୁ ପଦରୁ ହଟାଇଛି ଗୃହ ମନ୍ତ୍ରାଳୟ । ଏଥିସହ ଏହି ଦୁଇ ବରିଷ୍ଠ ଆଇପିଏସଙ୍କୁ ନିଜ ନିଜ ରାଜ୍ୟକୁ ପଠାଇଦିଆଯାଇଛି ବରିଷ୍ଠ ଆଇପିଏସ ନୀତୀନ ଅଗ୍ରୱାଲ କେରଳ ଯାଇଥିବା ବେଳେ ୱାଇବି ଖୁରାନିଆ ଓଡ଼ିଶାକୁ ପଠାଯାଇଥିବା ସୂଚନା ରହିଛି । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଅନୁସାରେ, ଜମ୍ମୁ କାଶ୍ମୀରରେ ଅନୁପ୍ରବେଶ ବଢିଥିବାରୁ ଏଭଳି କାର୍ୟ୍ୟାନୁଷ୍ଠାନ ନିଆ ଯାଇଥିବା ସନ୍ଦେହ କରାଯାଉଛି । ସେପଟେ ୱା.ବି ଖୁରନିଆ ଓଡ଼ିଶା ଆସିବା ପରେ ତାଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟୀତ୍ୱ ମିଳିପାରେ ବୋଲି କୁହାଯାଉଛି। ଏପିରିକି ସେ ଓଡ଼ିଶାର ନୂଆ ଡିଜିପି ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।