Moto Edge 50 ହେଲା ଲଞ୍ଚ
ମୋଟୋରୋଲା ଅନେକ ଫୋନ ଭାରତରେ ଲଞ୍ଚ କରିଛି । ଏହାରି ମଧ୍ୟରେ କମ୍ପାନୀ ଆଉ ଏକ ନୂଆ ସ୍ମାର୍ଟଫୋନର ନାମ ମଧ୍ୟ ଯୋଡିଛି, ଯାହାର ନାମ Moto Edge 50 ଅଟେ । ଏହି ଫୋନକୁ ବର୍ତ୍ତମାନ ଅଫିସିଆଲ ଭାବେ ଭାରତରେ ଲଞ୍ଚ କରାଯାଇଛି । ଏହି ଫୋନରେ curved pOLED ଡିସପ୍ଲେ ଦିଆଯାଇଛି । କମ୍ପାନୀ ଏହି ଫୋନକୁ କୋଲା ଗ୍ରେ, ଫରେଷ୍ଟ ଗ୍ରୀନ ଏବଂ ପିଚ ଫଜ କଲର ଅପସନରେ ଲଞ୍ଚ କରାଯାଇଛି । ଏହି ଫୋନକୁ କମ୍ପାନୀ ଏକମାତ୍ର ଭ୍ୟାରିଆଣ୍ଟରେ ଲଞ୍ଚ କରିଛି । ଯାହା 8GB RAM ଏବଂ 256GB ଭ୍ୟାରିଆଣ୍ଟ ସହ ଆସୁଛି । ଏହି ଫୋନର ମୂଲ୍ୟ ୨୭ ହଜାର ୯୯୯ଟଙ୍କା ଅଟେ । ଏହି ଫୋନର ଫ୍ଲିପକାର୍ଟ ଏବଂ ମୋଟୋରୋଲାର ଅନଲାଇନ ଷ୍ଟୋର୍ସରେ ୮ ଅଗଷ୍ଟରୁ ବିକ୍ରି କରାଯିବ ।
ଯଦି ଆପଣ ଏହି ଫୋନକୁ Axis bank, IDFC bank credit cards ରୁ କିଣିବେ ତେବେ ଆପଣଙ୍କୁ ୨ ହଜାର ଟଙ୍କାର ଅତିରିକ୍ତ ବ୍ୟାଙ୍କ ଡିସକାଉଣ୍ଟ ମିଳିବ । ଏହା ବ୍ୟତୀତ କିଛି ଚୟନ କରାଯାଇଥିବା ବ୍ୟାଙ୍କ କ୍ରେଡିଟ ଏବଂ ଡେବିଟ କାର୍ଡ ଜରିଆରେ ୟୁଜର୍ସଙ୍କୁ ୯ ମାସ ପର୍ଯ୍ୟନ୍ତ ନୋ କାଷ୍ଟ ଇଏମଆଇ ମଧ୍ୟ ମିଳିଯିବ ।
ଡିସପ୍ଲେ: ଏହି ଫୋନରେ ୬.୬୭ ଇଞ୍ଚର curved pOLED ସ୍କ୍ରିନ ଦିଆଯାଇଛି । ଯାହା ୧.୫ ହଜାର ରିଜୋଲୁସନ, ୧୨୦ଏଚଜେଡ ରିଫ୍ରେସ ରେଟ, HDR10+ ସପୋର୍ଟ, ୧୯୦୦ ନିଟସର ପିକ ବ୍ରାଇଟନେସ ସହ ଆସୁଛି ।