ବିଶ୍ୱକୁ ପୁଣିଥରେ ଘାରିଛି ମାନ୍ଦାବସ୍ଥା ଚିନ୍ତା। ଦୁଇ ଦିନ ତଳେ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରେଲ ରିଜର୍ଭ ସୁଧହାର କମାଇବା ସଙ୍କେତ ଦେବା ପରେ ବିଶ୍ଵବ୍ୟାପୀ ଏହାର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଥିଲା, କିନ୍ତୁ ଶୁକ୍ରବାର ଏହାର ବିପରୀତ ଦେଖିବାକୁ ମିଳିଛି।ଆମେରିକାର ଅଭିବୃଦ୍ଧି ହ୍ରାସ ପାଇବା ଆଶଙ୍କାରେ ୱାଲଷ୍ଟ୍ରିଟ୍ ରେ ଶେୟାର ଗୁଡିକର ଜୋରଦାର ବିକ୍ରୟ ପରେ ଏହାର ପ୍ରଭାବ ଏସିଆର ପ୍ରମୁଖ ବଜାର ଉପରେ ପଡ଼ିଛି। ଫଳରେ ଶୁକ୍ରବାର ଭାରତୀୟ ଶେୟାର ବଜାରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ବଜାର ଖୋଲିବା ପରେ ଉଭୟ ସେନସେକ୍ସ ଏବଂ ନିଫ୍ଟି ସୁଚକାଙ୍କ ତୀବ୍ର ହ୍ରାସ ପାଇଥିଲା।ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ) ସୁଚକାଙ୍କ ସେନସେକ୍ସ ୮୧୪ ପଏଣ୍ଟ ହ୍ରାସ ପାଇ ୮୧,୦୨୬ ସ୍ତରରେ କାରବାର କରୁଥିବା ବେଳେ ନିଫ୍ଟି ୫୦ ୨୮୨ ପଏଣ୍ଟ ହ୍ରାସ ପାଇ ୨୪,୭୨୮ ପଏଣ୍ଟରେ କାରବାର କରୁଛି।
Trending
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
- ସରକାରୀ ଅଫିସରେ BSNL ନେଟ୍ଓ୍ବର୍କ ବାଧ୍ୟତାମୂଳକ
Prev Post
Next Post