ୱାୟନାଡ ଭୂସ୍ଖଳନରେ ୩୦୦ ମୁହାଁ ମୃତ୍ୟୁ ସଂଖ୍ୟା । ଏବେବି ୨୦୦ରୁ ଅଧିକଙ୍କ ପତ୍ତା ମିଳୁନି । କେରଳ ବୁଲିବାକୁ ଯାଇ ପ୍ରାଣ ହରାଇଥିବା ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତଦେହ ଉଦ୍ଧାର ହୋଇଛି । ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ୍ । ସେପଟେ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ଖୋଜ୍ ଖବର ମିଳୁନଥିବା ବେଳେ ଝାରସୁଗୁଡ଼ାର ସ୍ୱୀକୃତି ମହାପାତ୍ର ଏବେବି ଭେଣ୍ଟିଲେଟରରେ ଅଛନ୍ତି ।ଭୂସ୍ଖଳନରେ ମୃତ ଓଡ଼ିଆ ଡାକ୍ତରଙ୍କ ମିଳିଲା ମୃତଦେହ । ଆସନ୍ତାକାଲି ଓଡ଼ିଶା ଆସିପାରେ ମୃତ ବିଷ୍ଣୁ ପ୍ରସାଦଙ୍କ ମରଶରୀର । ବୁଲିବାକୁ ଯାଇ ବିପର୍ଯ୍ୟୟର ଶିକାର ହୋଇଥିବା ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମରଶରୀର ଘରକୁ ଆଣିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଖୁବଶୀଘ୍ର ତାଙ୍କ ମୃତଦେହ ଓଡ଼ିଶା ଆସିବ ବୋଲି କହିଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ କେରଳ ଯାଇଥିବା ଡାକ୍ତର ଦିଲୀପ ରାଉତରାୟ ।
Trending
- ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ କାହିଁକି ଉଠାଇ ନେଲା EOW !
- ବିଦ୍ୟାଳୟରେ ଭଗବତ ଗୀତା ପାଠ କରିବେ ଛାତ୍ରଛାତ୍ରୀ
- ମାତ୍ର ୪ ମିନିଟ ଚାଲିବା ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି
- ରାହୁଲ ଦେଶରେ ନିଆଁ ଲଗାଇବାକୁ ଚାହୁଁଛନ୍ତି : ବିଜେପି
- ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
Prev Post
Next Post