ଆଜିଠୁ ଭାରତ-ଶ୍ରୀଲଙ୍କା ଟକ୍କର
ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଶ୍ରୀଲଙ୍କା ୦-୩ରେ ଭାରତଠୁ ପରାଜିତ ହେବା ପରେ ଶୁକ୍ରବାରଠୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଭାଗ୍ୟ ପରୀକ୍ଷା କରିବ। କିନ୍ତୁ ଶୃଙ୍ଖଳା ଆରମ୍ଭରୁ ଶ୍ରୀଲଙ୍କାକୁ ବଡ଼ ଝଟ୍କା ଲାଗିଛି। ଘରୋଇ ଦଳ ଏବେ ଆହତ ଓ ଅସୁସ୍ଥ ସମସ୍ୟା ଭିତରେ ଗତି କରୁଛି। ଏପରିସ୍ଥିତିରେ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍ ରାହୁଲ ଓ କୁଲଦୀପ ୟାଦବ ଭାରତୀୟ ଦଳ ସହିତ ଯୋଗ ଦେଇସାରିଥିବାରୁ ଶ୍ରୀଲଙ୍କା ଉପରେ ଅତିରିକ୍ତ ଚାପ ରହିବ। ତଥାପି ଫିଟ୍ ଥିବା ଦ୍ରୁତ ବୋଲର ଅସିତ ଫର୍ଣ୍ଣାଣ୍ଡୋ ଓ ଅଲରାଉଣ୍ଡର ଚାମିକା କରୁଣାରତ୍ନେଙ୍କୁ ସହାୟତା ଦେବାକୁ ଦୁଇ ନବାଗତ ମହମଦ ସିରାଜ ଓ ଈଶାନ ମାଲିଙ୍ଗାଙ୍କୁ ଶ୍ରୀଲଙ୍କା ଏହି ଶୃଙ୍ଖଳାରେ ସୁଯୋଗ ଦେବାକୁ ଚିନ୍ତା କରୁଛି।