ଆଜି ଠାରୁ ଦେଶରେ ଫାସ୍ଟ୍ୟାଗ୍କୁ ନେଇ ନୂଆ ନିୟମ ଲାଗୁ ହେବ । ତିନିରୁ ପାଞ୍ଚ ବର୍ଷ ପୂର୍ବେ ଜାରି କରାଯାଇଥିବା ଫାସ୍ଟ୍ୟାଗ୍ଗୁଡ଼ିକୁ କେୱାଇସି ପ୍ରକ୍ରିୟା ପୂରଣ କରିବାକୁ ପଡ଼ିବ । ପାଞ୍ଚ ବର୍ଷରୁ ଅଧିକ ପୁରୁଣା ଫାସ୍ଟ୍ୟାଗ୍କୁ ସମ୍ପୂର୍ଣ୍ଣ ବଦଳାଇବାକୁ ହେବ। ଆଜି ଠାରୁ ସବୁ ଫାସ୍ଟ୍ୟାଗ୍ ସହ ଗାଡ଼ିର ପଞ୍ଜୀକରଣ ନମ୍ବର ଓ ଚେଚିସ୍ ନମ୍ବର ଯୋଡ଼ି ହେବ। ନୂଆ ମାଲିକମାନେ ଗାଡ଼ି କିଣିବାର ୯୦ ଦିନ ଭିତରେ ସେମାନଙ୍କ ପଞ୍ଜୀକରଣ ନମ୍ବର ଅପ୍ଡେଟ୍ କରିବେ। ଏଥି ସହିତ ଆହୁରି କେତେକ ଅତିରିକ୍ତ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି। ଗାଡ଼ିର ପ୍ରକୃତ ତଥ୍ୟ ସହିତ ଫାସ୍ଟ୍ୟାଗ୍କୁ ଯାଞ୍ଚ କରାଯିବ।ସହଜରେ ଗାଡ଼ିକୁ ଜାଣିବା ଲାଗି ଗାଡ଼ିର ସାମ୍ନା ପାର୍ଶ୍ବର ସ୍ପଷ୍ଟ ଚିତ୍ର ଅପ୍ଲୋଡ୍ କରିବାକୁ ହେବ। ଫାସ୍ଟ୍ୟାଗ୍ ନିଶ୍ଚିତ ରୂପେ ଏକ ମୋବାଇଲ୍ ନମ୍ବର ସହ ଯୋଡ଼ିହୋଇଥିବା ଦରକାର। ଏହି ନିୟମ ପୁରୁଣା ଫାସ୍ଟ୍ୟାଗ୍ ବ୍ୟବହାରକାରୀଙ୍କୁ ପ୍ରଭାବିତ କରିବା ଆଶଙ୍କା ରହିଛି। ନିୟମ ପାଳନ ନ କଲେ ଟୋଲ୍ ପ୍ଲାଜାରେ ଯିବା ବେଳେ ହଇରାଣ ହେବାକୁ ପଡ଼ିପାରେ। ନିଜ ଫାସ୍ଟ୍ୟାଗ୍ କେତେ ପୁରୁଣା ଗାଡ଼ି ମାଲିକମାନେ ତାହା ଜାଣିବା ଦରକାର।
Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Prev Post
Next Post