ଆଜି ଠାରୁ ଦେଶରେ ଫାସ୍ଟ୍ୟାଗ୍କୁ ନେଇ ନୂଆ ନିୟମ ଲାଗୁ ହେବ । ତିନିରୁ ପାଞ୍ଚ ବର୍ଷ ପୂର୍ବେ ଜାରି କରାଯାଇଥିବା ଫାସ୍ଟ୍ୟାଗ୍ଗୁଡ଼ିକୁ କେୱାଇସି ପ୍ରକ୍ରିୟା ପୂରଣ କରିବାକୁ ପଡ଼ିବ । ପାଞ୍ଚ ବର୍ଷରୁ ଅଧିକ ପୁରୁଣା ଫାସ୍ଟ୍ୟାଗ୍କୁ ସମ୍ପୂର୍ଣ୍ଣ ବଦଳାଇବାକୁ ହେବ। ଆଜି ଠାରୁ ସବୁ ଫାସ୍ଟ୍ୟାଗ୍ ସହ ଗାଡ଼ିର ପଞ୍ଜୀକରଣ ନମ୍ବର ଓ ଚେଚିସ୍ ନମ୍ବର ଯୋଡ଼ି ହେବ। ନୂଆ ମାଲିକମାନେ ଗାଡ଼ି କିଣିବାର ୯୦ ଦିନ ଭିତରେ ସେମାନଙ୍କ ପଞ୍ଜୀକରଣ ନମ୍ବର ଅପ୍ଡେଟ୍ କରିବେ। ଏଥି ସହିତ ଆହୁରି କେତେକ ଅତିରିକ୍ତ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି। ଗାଡ଼ିର ପ୍ରକୃତ ତଥ୍ୟ ସହିତ ଫାସ୍ଟ୍ୟାଗ୍କୁ ଯାଞ୍ଚ କରାଯିବ।ସହଜରେ ଗାଡ଼ିକୁ ଜାଣିବା ଲାଗି ଗାଡ଼ିର ସାମ୍ନା ପାର୍ଶ୍ବର ସ୍ପଷ୍ଟ ଚିତ୍ର ଅପ୍ଲୋଡ୍ କରିବାକୁ ହେବ। ଫାସ୍ଟ୍ୟାଗ୍ ନିଶ୍ଚିତ ରୂପେ ଏକ ମୋବାଇଲ୍ ନମ୍ବର ସହ ଯୋଡ଼ିହୋଇଥିବା ଦରକାର। ଏହି ନିୟମ ପୁରୁଣା ଫାସ୍ଟ୍ୟାଗ୍ ବ୍ୟବହାରକାରୀଙ୍କୁ ପ୍ରଭାବିତ କରିବା ଆଶଙ୍କା ରହିଛି। ନିୟମ ପାଳନ ନ କଲେ ଟୋଲ୍ ପ୍ଲାଜାରେ ଯିବା ବେଳେ ହଇରାଣ ହେବାକୁ ପଡ଼ିପାରେ। ନିଜ ଫାସ୍ଟ୍ୟାଗ୍ କେତେ ପୁରୁଣା ଗାଡ଼ି ମାଲିକମାନେ ତାହା ଜାଣିବା ଦରକାର।
Trending
- ନୂଆପଡ଼ା ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
Prev Post
Next Post