ବର୍ଷାଋତୁରେ ବାୟୁଣ୍ଡଳରେ ଅତ୍ୟଧିକ ଆର୍ଦ୍ରତା ରହୁଥିବାରୁ ଲୋକଙ୍କ ଝାଳ ଶୁଖେ ନାହିଁ । ଏହି କାରଣରୁ ଚର୍ମରେ ବିଭିନ୍ନ ପ୍ରକାରର ସଂକ୍ରମଣର ହେବା ସହ ଲୋକମାନେ କୁଣ୍ଡିଆରେ ପୀଡିତ ହୋଇଥାନ୍ତି । ବର୍ଷାଦିନେ ଉପଯୁକ୍ତ ପୋଷାକ ନ ପିନ୍ଧିଲେ ତାହା ଓଦା ହେବା ଦ୍ୱାରା ଅନେକ ଥର କୁଣ୍ଡିଆର ସାମ୍ନା କରିବାକୁ ପଡିଥାଏ । ଯଦି ଆପଣମାନେ ଏହି ଛୋଟ ଜିନିଷର ଯତ୍ନ ନିଅନ୍ତି ବା ଧ୍ୟାନ ଦିଅନ୍ତି ତେବେ ସେମାନେ ଏହି ସମସ୍ୟାରୁ ରକ୍ଷା ପାଇପାରିବେ । ଆଜି ଆମେ ଏଠି ଆପଣଙ୍କୁ କହିବାକୁ ଚାହାଁଛୁ ବର୍ଷାଋତୁରେ କୁଣ୍ଡେଇ ହେବାର କାରଣ କ’ଣ ଏବଂ ଏହାକୁ କିପରି ସମାଧାନ କରିପାରିବେ ।ବର୍ଷା ଋତୁରେ ଫଙ୍ଗଲ ସଂକ୍ରମଣରେ ପୀଡିତ ରୋଗୀଙ୍କ ସଂଖ୍ୟା ବଢିଥାଏ। ଏହି ଋତୁରେ ପରିବେଶରେ ଆର୍ଦ୍ରତା ବହୁତ ଅଧିକ ହୋଇଯାଏ । ଯାହା ଫଙ୍ଗଲ୍ ସଂକ୍ରମଣର ସବୁଠାରୁ ବଡ କାରଣ ପାଲଟିଥାଏ । ଏହି ବର୍ଷାୠତୁରେ ଲୋକମାନଙ୍କ ଶରୀରରେ ଅତ୍ୟଧିକ ଝାଳ ବାହାରୁଥିବାରୁ ଶରୀର ଦୀର୍ଘ ସମୟ ପର୍ୟ୍ୟନ୍ତ ଦେହ ଓଦା ରହିଥାଏ । କେବଳ ଏତିକି ନୁହେଁ, ଗାଧୋଇବା ପରେ ଲୋକଙ୍କ ଚର୍ମ ଏବଂ କେଶ ମଧ୍ୟ ଅନେକ ଘଣ୍ଟା ପର୍ୟ୍ୟନ୍ତ ଓଦା ରହିଥାଏ । ଯାହା ବିଭିନ୍ନ ପ୍ରକାରର ଫଙ୍ଗଲ୍ ସଂକ୍ରମଣର କାରଣ ହୋଇଥାଏ । ଏହି ସଂକ୍ରମଣ ହେତୁ ଲୋକମାନଙ୍କର ଦେହ କ କୁଣ୍ଡେଇ ହୋଇଥାଏ ।ଚର୍ମ ରୋଗ ବିଶେଷଜ୍ଞଙ୍କ ଅନୁଯାୟୀ, ବର୍ଷାରେ ଓଦା ହେବା ଏବଂ ଓଦା ପୋଷାକ ପିନ୍ଧିବା ଦ୍ୱାରା ଫଙ୍ଗଲ୍ ସଂକ୍ରମଣର ସମସ୍ୟା ସୃଷ୍ଟି କରିଥାଏ। ମୁଣ୍ଡରେ ରୁପି ମଧ୍ୟ ଏକ ପ୍ରକାର ଫଙ୍ଗଲ ସଂକ୍ରମଣ ଅନ୍ତର୍ଭୁକ୍ତ ହୋଇଥାଏ । ଏଥିସହ ପିଠି, ମୁହଁ ଏବଂ ଛାତିରେ ବିଭିନ୍ନ ପ୍ରକାରର ଫଙ୍ଗଲ୍ ସଂକ୍ରମଣ ହୋଇପାରେ । ସାଧାରଣତଃ ଏହି ସଂକ୍ରମଣ ଗ୍ରୀଷ୍ମଋତୁରୁ ଆରମ୍ଭ ହୋଇ ବର୍ଷା ଋତୁରେ ଅଧିକ ବ୍ୟାପିବା ଆରମ୍ଭ କରିଥାଏ । ଚର୍ମ ବ୍ୟତୀତ ଏହା ଶରୀରର ଅନେକ ସ୍ଥାନରେ ମଧ୍ୟ ହୋଇଥାଏ ।
Trending
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
Prev Post
Next Post