ଆଜି ବିଜେଡିକୁ ଆଉ ଏକ ବଡ଼ ଝଟ୍କା ଲାଗିଛି। ରାଜ୍ୟସଭା ସାଂସଦ ପଦରୁ ମମତା ମହାନ୍ତ ଇସ୍ତଫା ଦେଇଛନ୍ତି। ଏହା ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଦଳ ସହ ସବୁ ସମ୍ପର୍କ ଛିନ୍ନ କରିଛନ୍ତି। ମମତାଙ୍କ ଇସ୍ତଫା ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। ରାଜ୍ୟରେ ଏକ ବଡ଼ ଧରଣର ରାଜନୈତିକ ଝଡ଼ର ଏହା ପ୍ରାକ୍ ସୂଚନା ବୋଲି ଅନୁମାନ କରାଯାଉଛି। ଆଜି ଅପରାହ୍ନରେ ଶ୍ରୀମତୀ ମହାନ୍ତଙ୍କ ଇସ୍ତଫା ସମ୍ପର୍କରେ ରାଜ୍ୟସଭାରେ ଅଧ୍ୟକ୍ଷ ଜଗଦୀପ ଧନକଡ଼ ସୂଚନା ଦେଇଥିଲେ। ସେ ମମତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ବୋଲି ଅବଗତ କରାଇଥିଲେ। ଅଧ୍ୟକ୍ଷଙ୍କ ଏହି ଘୋଷଣା ବିଜେଡି ସାଂସଦମାନଙ୍କୁ ବି ଚକିତ କରିଦେଇଥିଲା। ଆଜି ଦିନତମାମ ଦଳର ସାଂସଦମାନେ ଏ ସମ୍ପର୍କରେ ସୁରାକ୍ ପାଇ ନଥିଲେ। ଆଜି ମମତା ରାଜ୍ୟସଭାକୁ ଆସି ନଥିଲେ। କିନ୍ତୁ ସଂସଦ ପରିସରରେ କିଛି ସଦସ୍ୟଙ୍କ ସହ ସେ ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା। ଗତକାଲି ସଂସଦ ଭବନରେ ଥିବା ବିଜେଡି କାର୍ଯ୍ୟାଳୟରେ ରାଜ୍ୟସଭା ବିଜେଡି ସାଂସଦଙ୍କ ବୈଠକରେ ମଧ୍ୟ ସେ ଯୋଗ ଦେଇ ନଥିଲେ। ମମତା ରାଜ୍ୟସଭା ସଦସ୍ୟ ଭାବେ ୨୦୨୦ ଏପ୍ରିଲ୍ ୩ ତାରିଖରେ ନିର୍ବାଚିତ ହୋଇଥିଲେ। କାର୍ଯ୍ୟକାଳ ଶେଷ ହେବାର ୨୧ ମାସ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ପରେ ରାଜ୍ୟସଭାରେ ବିଜେଡି ସାଂସଦଙ୍କ ସଂଖ୍ୟା ୮କୁ ଖସିଛି।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post