ପୁଣି ମାଇକ୍ରୋସଫ୍ଟରେ ତ୍ରୁଟି
ପୁଣି ଥରେ ମାଇକ୍ରୋସଫ୍ଟର ଅଫିସ ଓ କ୍ଲାଉଡ୍ ସେବାରେ ତ୍ରୁଟି ଦେଖାଦେଇଛି । ଏହା ଫଳରେ ସାରା ବିଶ୍ବର ଲକ୍ଷ ଲକ୍ଷ ୟୁଜର୍ସ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।ସୂଚନା ଅନୁସାରେ ମାଇକ୍ରୋସଫ୍ଟର ଆଜ୍ୟୋର ଓ ୩୬୫ ସେବାରେ ତ୍ରୁଟି ଦେଖାଦେଇଛି । ଏ ନେଇ କମ୍ପାନି ପକ୍ଷରୁ କୁହାଯାଇଛି ଯେ ଏହି ତ୍ରୁଟି ସଂପର୍କରେ ତଦନ୍ତ କରାଯାଉଛି ଓ ଖୁବଶୀଘ୍ର ସ୍ଥିତି ସ୍ବାଭାବିକ ହେବ । ତେବେ କମ୍ପାନି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଏହି ସମସ୍ୟା ଏବେ କେବଳ ୟୁରୋପରେ ଦେଖାଦେଇଛି । ବିଶ୍ବର ଅନ୍ୟ ସ୍ଥାନରେ ଏହି ସେବା ସ୍ବାଭାବିକ ରହିଛି । ଗତ ସପ୍ତାହରେ ମାଇକ୍ରୋସଫ୍ଟ ଓ୍ବିଣ୍ଡୋଜରେ ବିଶ୍ବବ୍ୟାପୀ ସମସ୍ୟା ଦେଖାଦେଇଥିଲା । ଏହା ଫଳରେ ପିସି କିମ୍ବା ଲାପଟପ ଓପନ କଲେ ବ୍ଲୁସ୍କ୍ରିନ ଦେଖାଯାଉଥିଲା । କ୍ରାଉଡଷ୍ଚ୍ରାଇକ ସର୍ଭର ସମସ୍ୟା ଯୋଗୁଁ ଏହି ତ୍ରୁଟି ଦେଖାଦେଇଥିଲା । ସୂଚନାଯୋଗ୍ୟ ଯେ, କ୍ରାଉଟଷ୍ଟ୍ରାଇକ କ୍ଲାଉଡ୍ ଆଧାରିତ ସାଇବର ସିକ୍ୟୁରିଟିର ସୁବିଧା ପ୍ରଦାନ କରୁଥିବା ଏକ କମ୍ପାନୀ ।