ସଞ୍ଜୟଙ୍କ ନୂଆ ଲୁକ୍
ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘କେଡି ଦି ଡେଭିଲ୍’ରେ ନିଜ ପ୍ରଥମ ଲୁକ୍ର ଝଲକ୍କୁ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ ସେ ଏକ ଅଜବ ଅବତାରରେ ନଜର ଆସିଛନ୍ତି। ‘କେଡି ଦି ଡେଭିଲ୍’ରେ ସେ ପୁଣି ଥରେ ଖଳନାୟକ ଭୂମିକାରେ ନଜର ଆସିବେ। ଫିଲ୍ମରେ ତାଙ୍କ ଚରିତ୍ରର ନାମ ‘ଧାକ୍ ଦେବା’ ରହିଛି। ସଞ୍ଜୟଙ୍କ ଏହି ଅଦ୍ଭୁତ ଅବତାରକୁ ତାଙ୍କ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି। ଏଥିସହ ପ୍ରଶଂସକମାନେ ନିଜ ପ୍ରିୟ ସୁପରଷ୍ଟାରଙ୍କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।ଦି ଡେଭିଲ୍’ ଚଳଚ୍ଚିତ୍ରରେ ସଞ୍ଜୟଙ୍କ ସହ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ, ନୋରା ଫତେହି ଏବଂ ଅଭିନେତା ଭି. ରବିଚନ୍ଦ୍ରନ, ରମେଶ ଅରବିନ୍ଦ ଓ ଧ୍ରୁଭ୍ ସରଜା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଆସନ୍ତା ନଭେମ୍ବର ୧୩ରେ ଏହି ଫିଲ୍ମ ରିଲିଜ୍ ହେବ।