ଏନଟିଏ ପ୍ରକାଶ ପାଇଲା ରେଜଲ୍ଟ

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ସିୟୁଇଟି ୟୁଜି୨୦୨୪ ର ଫଳାଫଳ ପ୍ରକାଶ କରିଛି । ଆପଣ ଏନଟିଏର ୱେବସାଇଟ୍ exam.nta.ac.in ଯାଇ ଏହାକୁ ଯାଞ୍ଚ କରିପାରିବେ । ମେ ମାସରେ ଅନୁଷ୍ଠିତ ହୋଇଥିବା ପରୀକ୍ଷା ଓ ପୁଣି ୧୯ ଜୁଲାଇରେ ୧୦୦୦ ପ୍ରାର୍ଥୀଙ୍କ ପାଇଁ ହୋଇଥିବା ପୁନଃ ପରୀକ୍ଷା, ଉଭୟର ରେଜଲ୍ଟ ଜାରି କରିଛି । ଫଳାଫଳ ଘୋଷଣା ସହିତ ସିୟୁଇଟିରେ ଅଂଶଗ୍ରହଣ କରୁଥିବା ଶହ ଶହ ବିଶ୍ୱବିଦ୍ୟାଳୟ ପାଇଁ ପରାମର୍ଶ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ । ସିୟୁଇଟି ୟୁଜି ରେଜଲ୍ଟ ୨୦୨୪ ଅଫିସିଆଲ୍ ୱେବସାଇଟ୍ – exam.nta.ac.inରେ ଉପଲବ୍ଧ ।