ଏୟାର ପିସ୍ତଲ୍ର ଫାଇନାଲ୍ରେ ପ୍ରବେଶ କରିଛନ୍ତି ମନୁ
ଭାରତୀୟ ମହିଳା ସୁଟର୍ ମନୁ ଭାକର ୧୦ ମିଟର ଏୟାର ପିସ୍ତଲ୍ର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ସେ ୫୮୦-୨୭ଏକ୍ସ ସ୍କୋର କରି ତୃତୀୟ ସ୍ଥାନରେ ରହିଥିଲେ। ଫଳରେ ଭାରତର ପ୍ରଥମ ପଦକ ଆଶା ଉଜ୍ଜ୍ବଳ ହୋଇଛି। ଏହି ପର୍ଯ୍ୟାୟରେ ମନୁ ପ୍ରଥମ ସିରିଜ୍ରେ ୧୦ ସଟ୍ରୁ ୯୭ ସ୍କୋର କରିଥିଲେ। ଦ୍ବିତୀୟ ସିରିଜ୍ରେ ମଧ୍ୟ ସମାନ ପ୍ରଦର୍ଶନ ଦେଇଥିଲେ। ୬ ସିରିଜ୍ ଇଭେଣ୍ଟ୍ର ଅଧା ବେଳକୁ ମନୁ ୨୯୨ ସ୍କୋର କରିସାରିଥିବାରୁ ଶୀର୍ଷ ୮ଜଣଙ୍କ ମଧ୍ୟରେ ସ୍ଥାନ ପକ୍କା କରିସାରିଥିଲେ। ପରବର୍ତ୍ତୀ ୩ ସିରଜ୍ରେ ୯୬ ଲେଖାଏଁ ସ୍କୋର କରିଥିଲେ। ସମସ୍ତ ସିରିଜ୍ ଭିତରେ ମନୁ ଇନର ୧୦ଏସ୍ରେ ସର୍ବାଧିକ ୨୭ଥର ହିଟ୍ କରିଥିଲେ। ଟୋକିଓ ଅଲିମ୍ପିକ୍ସରେ ମନୁ ଦ୍ବାଦଶ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ। କିନ୍ତୁ ଏଥର ସେ ପଦକ ପାଇଁ ଅନ୍ୟତମ ଦାବିଦାର ଅଛନ୍ତି। ଅପରପକ୍ଷେ ଏହି ଇଭେଣ୍ଟ୍ରେ ଅନ୍ୟତମ ଭାରତୀୟ ସୁଟର ରିଦିମ୍ ସାଙ୍ଗୱନ୍ ମୋଟ୍ ୫୭୩-୧୪ଏକ୍ସ ସ୍କୋର କରି ଅଭିଯାନ ଶେଷ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ସେ ପଞ୍ଚଦଶ ସ୍ଥାନରେ ରହିଥିଲେ। ସାଙ୍ଗୱନ ଏହି ପର୍ଯ୍ୟାୟର ସମସ୍ତ ସିରିଜ୍ରେ ଯଥାକ୍ରମେ ୯୭, ୯୨, ୯୭, ୯୬, ୯୫, ୯୬ ସ୍କୋର କରିଥିଲେ। ହଙ୍ଗେରିର ଭେରୋନିକା ମେଜର (୫୮୨-୨୨ଏକ୍ସ) ପ୍ରଥମ ଓ କୋରିଆର ୟେ ଜିନ୍ ଓହ (୫୮୨-୨୦ଏକ୍ସ) ଦ୍ବିତୀୟ ସ୍ଥାନରେ ଥିଲେ।