ଖେଳାଳିମାନେ ନିଜନିଜର ଚିନ୍ତାଧାରାକୁ କାଗଜରେ ଲେଖି ୱାଲ୍ରେ ପେଷ୍ଟ୍ କରିବେ
ଅଲିମ୍ପିକ୍ସ ପାଇଁ ପ୍ୟାରିସ୍ ଯାଇଥିବା ଭାରତୀୟ ଦଳକୁ କ୍ରୀଡ଼ାଗ୍ରାମରେ ଏକ ୭ ମହଲା କୋଠାରେ ରଖାଯାଇଛି। ଯେଉଁଠାରେ ପ୍ରାୟ ୩୦ଟି ଫ୍ଲାଟ୍ରେ ଭାରତୀୟ ଖେଳାଳିମାନଙ୍କୁ ରଖାଯାଇଛି। ଭାରତୀୟ ଖେଳାଳିମାନେ ରହୁଥିବା କୋଠାରେ ସବୁଠୁ ଭିନ୍ନ ରହିଛି ‘ୱାଲ୍ ଅଫ୍ ପଜିଟିଭିଟି’। ଖେଳାଳିମାନେ ନିଜନିଜର ଚିନ୍ତାଧାରାକୁ କାଗଜରେ ଲେଖି ଏହି ୱାଲ୍ରେ ପେଷ୍ଟ୍ କରିପାରିବେ। ଏହାପାଖକୁ ଗେମିଂ ଜୋନ୍ ରଖାଯାଇଛି। ଏହାବାଦ୍ ତିନିଟି ସ୍ଲିପିଂ ପଡ୍, ଆଇସ୍ ବାଥ୍ ମେସିନ୍ ଓ ମାଲିସ୍ ପାଇଁ ସ୍ବତନ୍ତ୍ର ସ୍ଥାନ କରାଯାଇଛି। ଭାରତୀୟ ଖେଳାଳିମାନେ ରହୁଥିବା କୋଠାକୁ ତ୍ରିରଙ୍ଗାରେ ଅଙ୍କାଯାଇଥିଲା ବେଳେ ସ୍ପେନ୍ ରହୁଥିବା କୋଠାରୁ ଅପରପାର୍ଶ୍ବରେ ଏହାକୁ ନିର୍ମାଣ କରାଯାଇଛି।ଇଟାଲି ଓ ସର୍ବିୟା ଏହାର ପଡ଼ୋଶୀ ହୋଇଛନ୍ତି। କିନ୍ତୁ କେତେକ ଦେଶ ନିଜ ପସନ୍ଦ ଅନୁସାରେ ରହିବାସ୍ଥାନକୁ ବାଛିଛନ୍ତି। ଚୀନ୍ ଏଠାରେ ଶାନ୍ତ ଚାହୁଥିବାରୁ କ୍ରୀଡ଼ାଗ୍ରାମର ସବୁଠୁ କୋଣ ସ୍ଥାନକୁ ବାଛିଛି। ବ୍ରିଟିଶ ଖେଳାଳିମାନେ ସେନ୍ ନଦୀ ପାଖରେ ଏକ ଦ୍ବୀପରେ ରହିଛନ୍ତି। ଆୟୋଜକ ଫ୍ରାନ୍ସ କିନ୍ତୁ ପ୍ରଥମରୁ ତିନିଟି କୋଠାକୁ ଅକ୍ତିଆର କରିସାରିଥିଲା। ଆମେରିକା ଏହାର ଖେଳାଳିମାନଙ୍କୁ ଖାଇବା ପାଇଁ ଅଧିକ ବାଟ ଯେପରି ଚାଲିବାକୁ ନପଡ଼ିବ, ସେଥିପାଇଁ ଡାଇନିଂ ହଲ୍ର ନିକଟତମ କୋଠାକୁ ରହିବା ପାଇଁ ବାଛିଛି।