ଖୋଲିବ ହୀରାକୁଦ ଗେଟ୍, ନିଷ୍କାସିତ ହେବ ବର୍ଷର ପ୍ରଥମ ବନ୍ୟାଜଳ । ତଳିଆ ଅଞ୍ଚଳରେ ସମସ୍ତଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ କର୍ତ୍ତୃପକ୍ଷ । ଛତିଶଗଡ଼ରେ ତୁହାକୁ ତୁହା ବର୍ଷା ହେଉଛି । ଓଡ଼ିଶାରେ ଭଲ ବର୍ଷା ନଥିବା ବେଳେ ଛତିଶଗଡ଼ର ଉପର ମୁଣ୍ଡରେ ବର୍ଷା ହେବା ପାଇଁ ହୀରାକୁଦରେ ବଢ଼ିବାକୁ ଲାଗିଛି ଜଳସ୍ତର । ଗେଟ ଖୋଲିବା ପୂର୍ବରୁ ଜଳଭଣ୍ଡାରରେ ଜଳସ୍ତଳ ବୃଦ୍ଧି ହେବାରେ ଳାଗିଛି । ଆଉ ସେଥିପାଇଇଁ ତଳିଆ ଅଞ୍ଚଳର ଲୋକଙ୍କୁ ଡାକବାଜି ଯନ୍ତ୍ରରେ ସତର୍କ କରାଇ ଦିଆଯାଇଛି ।୪ ଦିନରେ ସ୍ତର ପ୍ରାୟ ୧୦ ଫୁଟ ବୃଦ୍ଧି ପାଇଥିବା ବେଳେ ଗତ ୧୫ ଘଣ୍ଟାରେ ୨.୫ ଫୁଟ ବୃଦ୍ଧି ହୋଇଛି । ଛତିଶଗଡ଼ର ଉପର ମୁଣ୍ଡରେ ଲଗାଣ ବର୍ଷା ପାଇଁ ହୀରାକୁଦରେ ବଢ଼ୁଛି ପାଣି । କଲମା ବ୍ୟାରେଜ ତାର ସବୁ ଗେଟେ ଦେଇ ବନ୍ୟାଜନକୁ ନିଷ୍କାସିତ କରୁଛି । ଶୁକ୍ରବାର ରାତି ୯ଟା ସୁଧା ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୨ଲକ୍ଷ ୩୧ ହଜାର ୬୯୩ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେପଟେ ହୀରାକୁଦରେ ଜଳସ୍ତଳ ୬୧୧ ଫୁଟରେ ପହଞ୍ଚିଛି । ବିଭିନ୍ନ କେନାଲ ପାୱାର ଚ୍ୟାନେଲ ଏବଂ ଶୀଳ୍ପ ଯୋଗାଣକୁ ୩୫ ହଜାର ୪ଶହ ୫୬ କ୍ୟିସେକ ଜଳ ନିଷ୍କାସିତ ହେଉଛି ।ସେପଟେ ପୂଜାର୍ଚ୍ଚନାରେ ପରେ ଆସନ୍ତା କାଲି ଖୋଲିି ସକାଳ ୯ଟାରେ ଗେଟ ଖୋଲିବା ପାଇଁ ସତର୍କ କରାଇଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ତଳିଆ ଅଞ୍ଚଳରେ ଲୋକଙ୍କୁ ସତର୍କ କରାଯାଇଛି । ଗେଟ ଖୋଲିଲା ମାନେ ମାଡ଼ି ଆସିବ ପାଣି ।
Trending
- ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ କାହିଁକି ଉଠାଇ ନେଲା EOW !
- ବିଦ୍ୟାଳୟରେ ଭଗବତ ଗୀତା ପାଠ କରିବେ ଛାତ୍ରଛାତ୍ରୀ
- ମାତ୍ର ୪ ମିନିଟ ଚାଲିବା ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି
- ରାହୁଲ ଦେଶରେ ନିଆଁ ଲଗାଇବାକୁ ଚାହୁଁଛନ୍ତି : ବିଜେପି
- ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
Prev Post
Next Post