ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ କେଉଁଠାରେ ୫୦ ଟଙ୍କାରେ ଲୋକମାନଙ୍କୁ କିଣିବାକୁ ପଡୁଛି। କିଛି ସ୍ଥାନରେ ଖୁଚୁରାରେ ୫୫ ଟଙ୍କାରେ ମଧ୍ୟ ବିକ୍ରି ହେଉଥିବା ଖବର ମିଳୁଛି। ଏସବୁ ସ୍ଥିତି ଦେଖି ଗ୍ରାହକମାନଙ୍କ ମଧ୍ୟରେ ଛନକା ସୃଷ୍ଟି ହେଲାଣି। ଖୋଲା ବଜାରରେ ଆଳୁ ବିକ୍ରି କରୁଥିବା ବ୍ୟବସାୟୀମାନଙ୍କ କହିବା କଥା, ପାଇକାରୀ ବଜାରରେ ପର୍ଯ୍ୟାପ୍ତ ଆଳୁ ମିଳୁନାହିଁ। ତେଣୁ ଉଚ୍ଚା ଦରରେ ଆଳୁ କିଣିବାକୁ ପଡୁଛି। ମିଳୁଥିବା ଆଳୁ ପ୍ୟାକେଟରୁ ବହୁ ପରିମାଣର ପଚାଶଢ଼ା ବାହାରୁଛି। ତେଣୁ ବାଧ୍ୟହୋଇ ଅଧିକ ଦାମ୍ରେ ଆଳୁ କିଣିବାକୁ ପଡୁଛି। ଆଳୁ ଦର ବୃଦ୍ଧି ସମସ୍ୟା ଉପୁଜିବା ପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶୁକ୍ରବାର ଆଇଗିଣିଆ ଆଳୁ ଗୋଦାମକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି। ଏହା ପରେ ମନ୍ତ୍ରୀ କହିଛନ୍ତି, ଏବେ ଯେତିକି ଆଳୁ ମହଜୁଦ ରହିଛି, ତାହା ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଚାଲିବ।
ଅନ୍ୟପଟେ ପଶ୍ଚିମବଙ୍ଗରୁ ପ୍ରତ୍ୟେକ ଦିନ ଶତାଧିକ ଆଳୁ ବୋଝେଇ ଟ୍ରକ୍ ଓଡ଼ିଶା ଆସୁଥିବା ବେଳେ ତାହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଶତାଧିକ ଆଳୁ ବୋଝେଇ ଟ୍ରକ୍ ଅଟକାଇ ରଖି ଦିଆଯାଇଥିଲା। ଟ୍ରକ୍ ଧରି ଓଡ଼ିଶା ଆସିବାକୁ ଅପେକ୍ଷା କରିଥିବା ଡ୍ରାଇଭରମାନଙ୍କୁ ପଚାରିବାରୁ ସେମାନେ କହିଛନ୍ତି, ଆଳୁ ବୋଝେଇ ଟ୍ରକ୍ ଶୁଣିଲେ ପୋଲିସ ଏଠାରେ ଅଟକାଇ ରଖୁଛି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଟ୍ରକ୍ ଅଟକାଇବାକୁ ନିର୍ଦ୍ଦେଶ ଥିବା ଓ ଓଡ଼ିଶା ନ ଛାଡ଼ିଦେବାକୁ କୁହାଯାଉଥିବା ଟ୍ରକ୍ ଡ୍ରାଇଭରମାନେ କହିଛନ୍ତି। ଇତିମଧ୍ୟରେ ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଳୁ ବୋଝେଇ ଟ୍ରକ୍ ସବୁ ଓଡ଼ିଶାକୁ ନ ଛାଡ଼ି ଫେରାଇ ନିଆଯାଇଛି। ଏଭଳି ସ୍ଥିତିରେ ଯୋଗାଣ ମନ୍ତ୍ରୀ ପ୍ରଥମେ କହିଥିଲେ, ବଜାରକୁ ଅନୁଧ୍ୟାନକରି ଆସିଛନ୍ତି। ବଜାରରୁ ଶୁକ୍ରବାର ଯାଇ ଆଳୁ କେଜି ୨୭ ଟଙ୍କାରେ କିଣି ଆଣିଛନ୍ତି। ଅଫିସରମାନଙ୍କୁ ନେଇ ବିଭିନ୍ନ ଗୋଦାମରେ ଛାପା ମାରିଥିଲେ। ସେଠାରେ କିଣା ମୂଲ୍ୟ ୨୭ ଟଙ୍କା ରହିଛି। ମନ୍ତ୍ରୀ ଗୋଦାମରେ ପଚାରିଲେ ଯଦି ୨୭ ଟଙ୍କାରେ ଆଳୁ ବିକ୍ରି କରୁଛ, ତେବେ ଖୁଚୁରା ବଜାରରେ କେତେ ହେବା ଆବଶ୍ୟକ। ଗୋଦାମ ଲୋକ କହିଥିଲେ, ଖୁଚୁରା ବଜାରରେ ଆଳୁ କେଜି ୩୨ ଟଙ୍କା ହେବା କଥା। ତା’ଠାରୁ ଅଧିକ ହେବା କଥା ନୁହେଁ। ଏହି ପରିପ୍ରେକ୍ଷୀରେ ବେପାରୀମାନଙ୍କୁ ମନ୍ତ୍ରୀ ଅନୁରୋଧ କରିଛନ୍ତି ୩୨ ଟଙ୍କାରୁ ଅଧିକ ମୂଲ୍ୟରେ ବିକନ୍ତୁ ନାହିଁ ନଚେତ୍ କାର୍ଯ୍ୟାନୁଷ୍ଠାନ ହେବ। ଅସାଧୁ ବେପାରୀ ଯେଉଁମାନେ ୫୦ରୁ ଅଧିକ ଟଙ୍କାରେ ଆଳୁ ବିକୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଜାଣିକି ଆଳୁର ମୂଲ୍ୟ ବଢ଼ାଇ ଖାଉଟିଙ୍କ ଉପରେ ଚାପ ନ ପକାଇବାକୁ ମନ୍ତ୍ରୀ କହିଛନ୍ତି।
ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଯାହା ସବୁ ଆଳୁ ବଜାରରେ ଉପଲବ୍ଧ ଥିଲା ତାହା ସରି ଆସିଲାଣି। ବଜାରରେ ମଧ୍ୟ ଆଳୁ ଉଚ୍ଚା ରେଟ୍ ହୋଇଚାଲିଛି। ରାଜ୍ୟ ସରକାରଙ୍କୁ ଅନୁରୋଧ, ସେମାନେ ପଶ୍ଚିମବଙ୍ଗ କର୍ତ୍ତୃପକ୍ଷଙ୍କ ସହ ଏ ବିଷୟରେ ବିଶଦ ଆଲୋଚନାକରି ତାକୁ କିପରି ତୁରନ୍ତ ସମାଧାନ କରାଯାଇପାରିବ ସେଥିପ୍ରତି ଧ୍ୟାନଦିଅନ୍ତୁ। ଏହାସହ ଆଗରୁ ଯେପରି ସବୁବେଳେ ଆଳୁ ଆସିପାରୁଥିଲା ସେମିତି କିଭଳି ଆସିବ ସେଥିପ୍ରତି ଧ୍ୟାନ ଦେବାକୁ ସରକାରଙ୍କୁ ପଣ୍ଡା କହିଛନ୍ତି।
ନବୀନ ସରକାର ସମୟରେ ଆରମ୍ଭ ହୋଇଥିବା ଆଳୁ ମିଶନ ସମ୍ପୂର୍ଣ୍ଣ ଫେଲ୍ ମାରିଛି।
Trending
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭାରତ ଗସ୍ତରେ ଆସିବେ ଆମେରିକା ଉପରାଷ୍ଟ୍ରପତି
- ଭାଷା ବିଭାଜନର କାରଣ ହେବା ଉଚିତ ନୁହେଁ
- ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି
Prev Post
Next Post