ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ପତ୍ନୀ ମିଶେଲ ଓବାମା ମଧ୍ୟ ରାଷ୍ଟ୍ରପତି ପଦ ଲାଗି କମଲାଙ୍କ ସମର୍ଥନ କରିଛନ୍ତି। ନିଜର ‘ଏକ୍ସ’ରେ ପୋଷ୍ଟ କରି ଓବାମା କହିଛନ୍ତି ଯେ, ସେ ଏବଂ ତାଙ୍କ ପତ୍ନୀ ଭାବନ୍ତି ଯେ ତାଙ୍କ ବନ୍ଧୁ ଆମେରିକାର ଜଣେ ଭଲ ରାଷ୍ଟ୍ରପତି ହେବେ। ପୂର୍ବରୁ ଓବାମାଙ୍କ ସମର୍ଥନଙ୍କୁ ଅପେକ୍ଷା କରାଯାଇଥିବା ବେଳେ ଏବେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।ଓବାମା ଏବଂ ମିଶେଲ ଆମେରିକାର ଉପରାଷ୍ଟ୍ରପତି କମଲାଙ୍କୁ ଫୋନ୍ରେ ହୋଇଥିବା ଆଲୋଚନାର ଏକ କ୍ଲିପ୍ ଶେୟାର କରି କହିଛନ୍ତି, ଏହି ସପ୍ତାହ ଆରମ୍ଭରେ ମୁଁ ମୋର ବନ୍ଧୁ କମଲା ହାରିସଙ୍କୁ ଫୋନ୍ କରିଥିଲି। ଆମେ ତାଙ୍କୁ କହିଲୁ ଯେ ସେ ଆମେରିକାର ଜଣେ ଉଲ୍ଲେଖନୀୟ ରାଷ୍ଟ୍ରପତୀ ହେବେ, ଏଭଳି ଆମେ ଭାବୁଛୁ। ଆମ ଦେଶ ଏବେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି, ଏହାକୁ ଦେଖି ଆମେ ସେସବୁ କରିବାକେୁ ଯାଉଛୁ ଯାହାଦ୍ୱାରା ନଭେମ୍ବରରେ ତାଙ୍କ ବିଜୟ ଉପରେ ମୋହର ବାଜିବ। ଆମର ଏହି କାର୍ଯ୍ୟ ସହ ଆପଣ ଯୋଡ଼ି ହେବେ ବୋଲି ଆଶା ବୋଲି ସେ କହିଛନ୍ତି।କହିରଖୁଛୁ, ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଆଉ ପ୍ରାୟ ୧୦୦ ଦିନ ବାକି। ବାଇଡେନ୍ ନିର୍ବାଚନ ଦୌଡ଼ରୁ ହଟିଯିବା ପରେ ମୁକାବିଲା ରୋଚକ ହେବାରେ ଲାଗିଚି। ରାଷ୍ଟ୍ରପତି ପଦ ଦୌଡ଼ରେ ଡେମୋକ୍ରେଟ୍ ପାର୍ଟି ପକ୍ଷରୁ କମଲାଙ୍କ ନାମ ଆଗରେ ରହିଛି। ଏଣୁ ଅଗଷ୍ଟରେ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ଆଧିକାରୀକ ଘୋଷଣା ହୋଇପାରେ। ନିର୍ବାଚନ ପୂର୍ବରୁ ହୋଇଥିବା ପୋଲ୍ରେ କମଲା ଟ୍ରମ୍ପଙ୍କୁ ଟପିଥିବା ଦେଖାଯାଇଛି। କହିବାକୁ ଗଲେ ନିର୍ବାଚନରେ ଦୁହିଁଙ୍କ ମଧ୍ୟରେ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିପାରେ।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post
Next Post