ସ୍ବାଧୀନତା ଦିବସ ଅବସର‌ରେ ଜିଓ ଗ୍ରାହକଙ୍କୁ ୧୦୦୦ ଟଙ୍କା ରିହାତି

ଜିଓ ଗ୍ରହକଙ୍କ ପାଇଁ ଏକ ଖୁସି ଖବର ରହିଛି। ଜାଣବାକୁ ମିଳିଛି ଯେ ଜିଓ ସ୍ବାଧୀନତା ଦିବସ ଅବସର‌ରେ ଏକ ବଢ଼ିଆ ଅଫର୍‌ ନେଇଆସିଛି। ଏହି ନୂଆ ଅଫର୍‌ରେ ଗ୍ରାହକଙ୍କୁ ୧୦୦୦ ଟଙ୍କା ରିହାତି ମିଳିବ।କମ୍ପାନି ଜିଓ ଏୟାର୍‌ ଫାଇବର୍‌ ପାଇଁ ଏହି ଅଫର୍‌ ଘୋଷଣା କରିଛି। ଯଦି ଆପଣ ଏହି ଅଫର୍‌ରେ ଜିଓ ଏୟାର୍‌ ଫାଇବର୍‌ର ସଂଯୋଗ ନେଉଛନ୍ତି ତ ଆପଣଙ୍କୁ ୧୦୦୦ ଟଙ୍କା ରିହାତି ମିଳିବ।

ତେବେ କମ୍ପାନି ଇନ୍‌ଷ୍ଟଲେସନ୍‌ ପାଇଁ ଅଲଗା ଦର ନେଇଥାଏ। ମାତ୍ର ସ୍ବାଧୀନତା ବିବସ ଅବସରରେ କମ୍ପାନି ଇନ୍‌ଷ୍ଟଲେସନ୍‌ ପାଇଁ କିିଛି ବି ଚାର୍ଜ କରିବ ନାହିଁ। ଯଦି ଗ୍ରାହକ ୩ ମାସିକ ବାଲା ନୂଆ ଯୋଜନା ବାଛୁଛନ୍ତି ତ ତାଙ୍କୁ ଇନ୍‌ଷ୍ଟଲେସନ୍‌ ବାବଦରେ କିଛି ବି ଟଙ୍କା ଦେବାକୁ ପଡ଼ିବନି।

ଆପଣ ଜାଣିଥିବେ ଏହି ଯୋଜନାର ଆରମ୍ଭ ୫୯୯ ଟଙ୍କାରୁ ହେଉଛି। ଏଥିରେ କମ୍ପାନି ଓଟିଟି, ଡିଜିଟାଲ୍‌ ଟିଭି ଚ୍ୟାନେଲ୍‌ ଓ ଡାଟା ପ୍ରଦାନ କରିଥାଏ। ଏହି ଯୋଜନାରେ ଗ୍ରାହକଙ୍କୁ ୧୩ରୁ ଅଧିକ ଓଟିଟି ପ୍ଲାଟଫର୍ମର ମଜା ନେବାର ସୁଯୋଗ ମିଳିବ। ସେହିପରି ୮୦୦ରୁ ଅଧିକ ଟିଭି ଚ୍ୟାନେଲ୍‌ ଓ ୧ ଟିଭିର ମାସିକ ଡାଟା ମିଳିବ। ତେବେ ଏହି ୫୯୯ ଟଙ୍କାରେ ଆପଣଙ୍କୁ ୩୦ ଦିନର ବୈଧ୍ୟତା ମିଳିବ।