ବଢ଼ିଲା ହୀରାକୁଦ ଜଳସ୍ତର
ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ୬୦୪ ଫୁଟକୁ ଛୁଇଁଲାଣି।ଜଳସ୍ତର ୨ ଫୁଟ ବଢିଛି। ସେକେଣ୍ତ ପ୍ରତି ୧ ଲକ୍ଷ ୭୨ ହଜାର ୧୭୬ କ୍ୟୁସେକ ଜଳ ଜଳଭଣ୍ଡାରରେ ପ୍ରବେଶ କରୁଛି । ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଜଳଭଣ୍ଡାରରେ ବନ୍ୟାଜଳ ପ୍ରବେଶ କରିବାରେ ଲାଗିଛି।