ଅନ୍ତର୍ଜାତୀୟ ସଂଗଠନର ଗୁଡଓ୍ବିଲ ଆମ୍ବାସାଡର ହେଲେ ଓଡ଼ିଆ ଯୁବକ
ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା ତଥା ପ୍ରଯୋଜକ, ପ୍ରମୋଟର ଓ କ୍ୟୁରେଟର ଜିତେନ୍ଦ୍ର ମିଶ୍ରଙ୍କୁ ‘ସିଫେଜର ସଦିଚ୍ଛା ଦୂତ ବା ଗୁଡ୍ଓ୍ବିଲ ଆମ୍ବାସାଡର୍’ ଭାବେ ମନୋନୀତ କରାଯାଇଛି।ଫ୍ରେଞ୍ଚ ଭାଷାରେ ସିଫେଜର ପୂର୍ଣ୍ଣ ରୂପ ହେଉଛି ‘ସେଣ୍ଟର ଇଣ୍ଟରନ୍ୟାସନାଲ୍ ଡି ଫିଲ୍ମ ପୋର୍ ଲ’ଏନଫେନ୍ସ ଏଟ୍ ଲା ଜେଉନେସେ’ ବା ଇଂରାଜୀରେ ‘ଇଣ୍ଟରନ୍ୟାସନାଲ୍ ସେଣ୍ଟର ଅଫ୍ ଫିଲ୍ମସ୍ ଫର୍ ଚିଲ୍ଡ୍ରେନ୍ ଆଣ୍ଡ ୟୁଥ୍’।