ରାଜ୍ୟପାଳଙ୍କ ପୁଅ ଏଏସ୍ଓଙ୍କୁ ମାଡ଼ ମାରିବା ଘଟଣାରେ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ମଙ୍ଗଳବାର ଉଭୟ ବିଜେଡି ଓ କଂଗ୍ରେସ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଥିବା ଦେଖାଯାଇଛି। ତେବେ ଏନେଇ ବିଜେଡି ବିଧାୟକ ଅରୁଣ ସାହୁ ପ୍ରତିକ୍ରିୟା ରଖି ଭାଜପା ସରକାର ଚଳାଇବାରେ ଅକ୍ଷମ ବୋଲି କହିଛନ୍ତି।ଅରୁଣ କହିଛନ୍ତି, ଭାଜପା ନୂଆ କରି ସରକାରୀ ଦଳକୁ ଆସିଛି। ଏଣୁ ଠିକ୍ ଭାବେ ନିୟମ ଏବଂ ପ୍ରଣାଳୀ ଜାଣି ନାହାନ୍ତି, ଭଲ ଭାବେ ପଢ଼ନ୍ତୁ। ସରକାରୀ ଦଳର କାମ ହେଉଛି ବିଧାନସଭା ସୁରୁଖୁରୁରେ ଚଳାଇବା। ଏଥିଲାଗି ପ୍ରଥମେ ବ୍ୟବସାୟ ପରାମର୍ଶଦାତା କମିଟି ଗଠନ କରିବା କଥା। ତାହା ଗତକାଲିଠାରୁ ହୋଇ ନ ପାରିବା ଦୁଃଖ ଓ ପରିତାପର ବିଷୟ। କହିବାକୁ ଗଲେ ଭାଜପା ସରକାର ଚଳାଇବାରେ ଅକ୍ଷମ ବୋଲି ସେ କହିଛନ୍ତି।
Trending
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
Prev Post
Next Post