କେଉଁ ଦେଶକୁ କେତେ ଟଙ୍କା ଆର୍ଥିକ ସହାୟତା କରିଥାଏ ଭାରତ
ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନା କରିଛନ୍ତି । ବଜେଟ ଘୋଷଣା ପରେ ଜାରି କରାଯାଇଥିବା ଦସ୍ତାବିଜ ମୁତାବକ ଭାରତ ସରକାର ବିଦେଶୀ ଦେଶମାନଙ୍କୁ ମୋଟା ଅଙ୍କର ସହାୟତା ଦେଉଥିବା ଜଣାପଡିଛି । ଯେଉଁଥିରେ ସବୁଠାରୁ ଅଧିକ ସହାୟତା ଭୂଟାନକୁ ଦିଆଯାଉଥିବା ସ୍ପଷ୍ଟ ହୋଇଛି ।ଗତବର୍ଷ ତୁଳନାରେ ଚଳିତ ବଜେଟରେ ବିଦେଶ ମାମଲା ମନ୍ତ୍ରଣାଳୟ ପାଇଁ କମ୍ ବ୍ୟୟବରାଦ କରାଯାଇଛି । ୨୦୨୩-୨୪ ବଜେଟରେ ବିଦେଶ ମାମଲା ମନ୍ତ୍ରଣାଳୟ ପାଇଁ ୧୮,୦୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଚଳିତ ବଜେଟରେ ୨୨,୧୫୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି ସଂଶୋଧିତ ଅନୁମାନ ମୁତାବକ ୨୦୨୩-୨୪ ବଜେଟରେ ଭାରତ ସରକାର ବିଦେଶୀ ସରକାରଙ୍କୁ ୬,୫୪୧,୭୯ କୋଟି ଟଙ୍କା ସହାୟତା ପ୍ରଦାନ କରିଥିଲା । ଏହି ରାଶି ଚଳିତ ବଜେଟରେ ୫,୬୬୭,୫୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ଭୂଟାନ – ୨,୦୬୮.୫୬ କୋଟି
ନେପାଳ- ୭୦୦ କୋଟି
ମାଲଦୀପ -୪୦୦ କୋଟି
ମୋରିଶସ – ୩୭୦ କୋଟି
ମ୍ୟାଁମାର- ୨୫୦ କୋଟି
ଶ୍ରୀଲଙ୍କା –୨୪୫ କୋଟି
ଆଫଗାନିସ୍ତାନ- ୨୦୦ କୋଟି
ଆଫ୍ରିକୀୟ ଦେଶ –୨୦୦ କୋଟି
ବାଂଲାଦେଶ –୧୨୦ କୋଟି
ସେଶେଲ୍ସ –୪୦ କୋଟି
ଲାଟିନ ଆମେରିକା ଦେଶ –୩୦ କୋଟି