ସୁପରଷ୍ଟାର ଜୁନିଅର ଏନଟିଆର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଯୁଦ୍ଧ ୨’ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଥିରେ ସେ ବଲିଉଡର ହ୍ୟାଣ୍ଡସମ ହଙ୍କ୍ ହ୍ରିତିକ ରୋଶନଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ନଜର ଆସିବେ । ଆସନ୍ତା ମାସରେ ମୁମ୍ବାଇରେ ଆରମ୍ଭ ହେବାକୁ ଥିବା ଫିଲ୍ମର ଦ୍ୱିତୀୟ କାର୍ୟ୍ୟସୂଚୀ ସୁଟିଂ କରିବାକୁ ଜୁନିୟର ଏନଟିଆର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଯୁଦ୍ଧ ୨ ଚଳଚ୍ଚିତ୍ରରେ ଜୁନିଅର ଏନଟିଆର ଏବଂ ହ୍ରିତିକ ରୋଶନଙ୍କ ଚରିତ୍ର ମଧ୍ୟରେ କଡ଼ା କଡା ଟକ୍କର ହେବ ବୋଲି ଜଣାପଡିଛି ।ଖବର ଅନୁସାରେ ଜଣାପଡିଛି ଯେ, ଜୁନିଅର ଏନଟିଆର ‘ଯୁଦ୍ଧ ୨’ର ଦ୍ୱିତୀୟ କାର୍ୟ୍ୟସୂଚୀ ଆରମ୍ଭ କରିବା ପୂର୍ବରୁ ତାଙ୍କର ଦେବରା ଚଳଚ୍ଚିତ୍ରର ସମ୍ବନ୍ଧୀୟ ସମସ୍ତ କାର୍ୟ୍ୟ ସମାପ୍ତ କରିବାକୁ ଯାଉଛନ୍ତି । ଏଥିସହ ସେ ଏଥର ଦମଦାର ଆକ୍ସନ୍ ସହିତ ଯୁଦ୍ଧ-୨ ଚଳଚ୍ଚିତ୍ର ପାଇଁ ସୁଟିଂ ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି । ଏହି ଯୁଦ୍ଧ ୨ ନିର୍ଦ୍ଦେଶକ ଆୟାନ୍ ମୁଖାର୍ଜୀ ପ୍ରଥମଥର କରି ଜୁନିଅର ଏନଟିଆରଙ୍କୁ ଆଗରୁ କେବେବି କେବେବି ଦେଖାଯାଇ ନଥିବା ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ।ସେହିପରି ୱାର-୨ ଚଳଚ୍ଚିତ୍ରରେ ଜୁନିଅର ଏନଟିଆର ଏକ ବିଶେଷ ଭୂମିକାରେ ନଜର ଆସିବେ । ଅଗଷ୍ଟ ୧୮ରୁ ମୁମ୍ବାଇର ଏହାର ସୁଟିଂ ଜାରି ରହିବ । ୱାର-୨ର କାଯ୍ୟସୂଚୀ ବାହାରେ ପ୍ରକାଶ ନକରିବାକୁ ଚଳଚ୍ଚିତ୍ର ଟିମକୁ କଡା ନିର୍ଦ୍ଦେଶ ଦିଆଯାଇଛି । କେବଳ ଏତିକି ଜଣା ପଡିଛି ଯେ ଏହି ପିଲ୍ମିରେ ବଲିଉଡର ଶାହାରୁଖ, ସଲମନଙ୍କ ପରି ବଡ କଳାକାର ମାନେ ପରଦାରେ ନଜର ଆସିବେ ।
Trending
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭାରତ ଗସ୍ତରେ ଆସିବେ ଆମେରିକା ଉପରାଷ୍ଟ୍ରପତି
- ଭାଷା ବିଭାଜନର କାରଣ ହେବା ଉଚିତ ନୁହେଁ
- ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି
Prev Post
Next Post