ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟ ଦଳର ପ୍ରାର୍ଥତ୍ତ୍ୱ ଦୌଡ଼ରୁ ରାଷ୍ଟ୍ରପତି ଜୋ ବାଇଡେନ୍ ଓହରିଯିବା ପରେ ଉପରାଷ୍ଟ୍ରପତି କମଲା ହାରିସ୍ଙ୍କ ପ୍ରତି ସମର୍ଥନ ବଢ଼ିଛି। ବାଇଡେନ୍ ନିର୍ବାଚନ ଲଢ଼ିବେ ନାହିଁ ବୋଲି ରବିବାର ଘୋଷଣା କରିବା ସହ ହାରିସ୍ଙ୍କୁ ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ଅନ୍ୟ ଡେମୋକ୍ରାଟମାନେ ହାରିସ୍ଙ୍କ ପଛରେ ଛିଡ଼ା ହୋଇଛନ୍ତି। ରିପବ୍ଲିକାନ ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ତାଙ୍କ ରନିଂ ମେଟ୍ ଓହିଓ ସିନେଟର ଜେ.ଡି. ଭାନ୍ସଙ୍କୁ ହରାଇବା ପାଇଁ ପ୍ରଚାରକୁ ଜୋର୍ଦାର କରିବା ନିମନ୍ତେ ଡେମୋକ୍ରାଟମାନେ ଅଣ୍ଟା ଭିଡିଛନ୍ତି। ହାରିସ୍ଙ୍କୁ ଡେମୋକ୍ରାଟ ପ୍ରାର୍ଥୀ ଭାବେ ବରିଷ୍ଠ ନେତ୍ରୀ ତଥା ପୂର୍ବତନ ହାଉସ୍ ସ୍ପିକର ନାନ୍ସି ପେଲୋସି ସମର୍ଥନ ଜଣାଇଛନ୍ତି। ବାଇଡେନ୍ ନିର୍ବାଚନ ଦୌଡ଼ରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିବାରୁ ପେଲୋସି ଏହାର ପ୍ରଶଂସା କରିଛନ୍ତି।
ହାରିସ ଇତିମଧ୍ୟରେ ପ୍ରଚାର ଆରମ୍ଭ କରିଦେଇଥିବାବେଳେ ତୃଣମୂଳ ସ୍ତରରୁ ଗୋଟିଏ ଦିନରେ ୪୯.୬ ନିୟୁତ ଡଲାର ଚାନ୍ଦା ସଂଗ୍ରହ କରିଥିବା କହିଛନ୍ତି। ପୂର୍ବରୁ ଯେଉଁ ଡେମୋକ୍ରାଟ୍ମାନେ ବାଇଡେନଙ୍କୁ ଚାନ୍ଦା ଦେବା ବନ୍ଦ କରିଦେଇଥିଲେ, ସେମାନେ ସହାୟତାର ହାତ ବଢ଼ାଇଛନ୍ତି। ଆମେରିକାର ହଜାର ହଜାର ଅଣଶ୍ୱେତାଙ୍ଗ ମହିଳା ଅନ୍ଲାଇନରେ ଆଲୋଚନା କରି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ କମଲା ହାରିସ୍ଙ୍କୁ ସମର୍ଥନ ଦେବାକୁ ଆଗେଇ ଆସିଛନ୍ତି। ୫୯ ବର୍ଷୀୟା ହାରିସ୍ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ହେବାରେ ପ୍ରଥମ ଅଶଶ୍ୱେତାଙ୍ଗ ମହିଳା ତଥା ପ୍ରଥମ ଏସୀୟ-ଆମେରିକୀୟ ହେବାକୁ ଯାଉଛନ୍ତି। ରାଷ୍ଟ୍ରପତି ବାଇଡେନ୍ଙ୍କ ସମର୍ଥନ ତାଙ୍କୁ ଗୌରବାନ୍ବିତ କରିଥିବା ହାରିସ୍ କହିଛନ୍ତି।
ସୂଚନାଯୋଗ୍ୟ, ବୟସାଧିକ୍ୟ ଏବଂ ମତିଭ୍ରମ ଯୋଗୁ ବାଇଡେନ୍ ବାରମ୍ବାର ଭୁଲ୍ ମନ୍ତବ୍ୟ ଦେଉଥିବାରୁ ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପ୍ ତାଙ୍କୁ ସବୁବେଳେ ଟାର୍ଗେଟ କରୁଥିଲେ। ଶାସକ ଡେମୋକ୍ରାଟିକ୍ ପାର୍ଟିରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯିବା ପାଇଁ ବାଇଡେନ୍ଙ୍କ ଉପରେ ଚାପ ବଢ଼ିବାରେ ଲାଗିଥିଲା। ଶେଷରେ ସେ ପ୍ରବଳ ଚାପ ଆଗରେ ମୁଣ୍ଡ ନୁଆଁଇ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯିବା ପାଇଁ ରବିବାର ଘୋଷଣା କରିଥିଲେ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Prev Post
Next Post