ବର୍ଷାଦିନେ ଥଣ୍ଡା, କାଶ, ଜ୍ୱର, ମ୍ୟାଲେରିଆ, ଡେଙ୍ଗୁ ଆଦି ସ୍ବାସ୍ଥ୍ୟ ସମସ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ। ଏହି ଋତୁରେ ଅନ୍ୟ ଏକ ସମସ୍ୟା ହେଉଛି ଝାଡ଼ାବାନ୍ତି। ଦୂଷିତ ପାଣି ଏହାର ମୁଖ୍ୟ କାରଣ। ତେଣୁ ବର୍ଷା ଦିନେ ପାଣିକୁ ଭଲ ଭାବରେ ଫୁଟାଇ ତାହାକୁ ଥଣ୍ଡା କରି ପିଇବା ଦରକାର। ସାଧାରଣତଃ ବର୍ଷାଦିନେ, ଅସାବଧାନତାବଶତଃ ଦୂଷିତ ଜଳ, ମାଛି ବସିଥିବା ଖାଦ୍ୟ, ବାସିଖାଦ୍ୟ ଆଦି ଖାଇବା ଯୋଗୁଁ ଝାଡ଼ାବାନ୍ତି ହୋଇଥାଏ। ଏହାଦ୍ୱାରା ଆକ୍ରାନ୍ତ ହେଲେ ଏକାଧିକ ଥର ଝାଡ଼ା ଏବଂ ବାନ୍ତି ହେବାର ଅଧିକ ଆଶଙ୍କା ରହିଥାଏ। ଏହାକୁ ପ୍ରତିରୋଧ ଏବଂ ପତଳା ଝାଡ଼ାରେ ଶରୀରରୁ ଚାଲିଯାଇଥିବା ଜଳୀୟ ଅଂଶକୁ ଭରଣା କରିବା ନିହାତି ଦରକାର। ତେଣୁ ଏହି ସମୟରେ
ଆବଶ୍ୟକ ମୁତାବକ ଚିନି, ଲୁଣ ଲେମ୍ବୁକୁ ଉଷୁମ ପାଣିରେ ମିଶାଇ ପିଅନ୍ତୁ। ଏହାଦ୍ୱାରା ଶରୀରର ଜଳୀୟ ଅଂଶ ସନ୍ତୁଳିତ ରହିଥାଏ। ଏଥିପାଇଁ ଓଆରଏସ୍ ପାଉଡର ପରିଷ୍କାର ଜଳରେ ମିଶାଇ ବାରମ୍ବାର ପିଇବା ଉଚିତ। ଡାଳିମ୍ବ ଗଛର ଅଗପତ୍ର, ପିଜୁଳି ଗଛର ଅଗପତ୍ରର ରସ ଦୁଇରୁ ତିନି ଚାମଚ, ସ୍ବଚ୍ଛ ଥଣ୍ଡା ଜଳରେ ମିଶାଇ ଦିନରେ ୨-୩ ଥର ସେବନ କଲେ ତରଳ ଝାଡ଼ାକୁ ପ୍ରଶମିତ କରିଥାଏ। ଏହି ସମୟରେ ସଂକ୍ରମିତ ରୋଗୀଠାରୁ ଅନ୍ୟ ସୁସ୍ଥ ବ୍ୟକ୍ତି ଦୂରତା ରକ୍ଷା କରିବା ଦରକାର। ଉକ୍ତ ଋତୁରେ ସଦ୍ୟ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ। ତା’ ସହ ଖାଦ୍ୟକୁ ଭଲଭାବେ ଘୋଡ଼ାଇ ରଖି ଖାଇବା ଉଚିତ। ପରିସ୍ଥିତି ଯଦି ଜଟିଳ ହୁଏ, ତେବେ ବିଳମ୍ବ ନ କରି ନିକଟସ୍ଥ ହସ୍ପିଟାଲକୁ ରୋଗୀକୁ ନେଇ ଚିକିତ୍ସା କରାଇବାକୁ ଭୁଲନ୍ତୁ ନାହିଁ। ଏହା ବ୍ୟତୀତ ବର୍ଷାଋତୁରେ ମ୍ୟାଲେରିଆ, ଡେଙ୍ଗୁ ଓ ଝାଡ଼ାବାନ୍ତି ଲକ୍ଷଣ ପ୍ରକାଶ ପାଇବାମାତ୍ରେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ରୋଗୀକୁ ନେଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିବା ଉଚିତ।
Trending
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
Prev Post
Next Post