ସେନା ଶିବିର ଉପରେ ଆତଙ୍କୀ ହମଲା

ଜମ୍ମୁ-କାଶ୍ମୀରର ରଜୌରୀ ଜିଲ୍ଲାର ଗୁଣ୍ଡା ଖବାସ ଅଞ୍ଚଳରେ ଭାରତୀୟ ସେନା ଉପରେ ଆତଙ୍କୀ ହମଲା ହୋଇଛି । ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି । ଆତଙ୍କବାଦୀଙ୍କ ବଡଧରଣର ଏହି ଉଦ୍ୟମ ପଣ୍ଡ ହୋଇଛି । ବର୍ତ୍ତମାନ ମଧ୍ୟ ଉଭୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଭାରତୀୟ ସେନା ଆତଙ୍କବାଦୀଙ୍କ ଏହି ଗୁଳିବିନିମୟ ପରେ ଆତଙ୍କୀ ଅନିସନ୍ଧାନ ଅଭିଯାନକୁ ଜୋରସୋର କରିଥିବା ଜଣାପଡିଛି । ଆଜି ସକାଳୁ ସକାଳୁ ଏହି ଆକ୍ରମଣ କରିଥିଲେ ଆତଙ୍କବାଦୀ ।ରକ୍ଷା ପ୍ରବକ୍ତା ଲେଫ୍‌ଟେନେଣ୍ଟ କର୍ଣ୍ଣଲ ସୁନିଲବର୍ତ୍ତବାଲ ଏହି ଆକ୍ରମଣକୁ ନେଇ କହିଛନ୍ତି ଯେ ରଜୌରୀରେ ସେନା ଉପରେ ଆତଙ୍କୀଙ୍କ ଦ୍ୱାରା ହୋଇଥିବା ଏକ ବଡଧରଣର ଆକ୍ରମଣ ଉଦ୍ୟମକୁ ସଫଳ ହେବାକୁ ଦିଆଯାଇ ନାହିଁ । ପ୍ରବକ୍ତା କହିଛନ୍ତି, ଗୁଳିବିନିମୟ ଏବେ ବି ଜାରି ରହିଛି ।ଏହି ଆକ୍ରମଣ ଏମିତି ସମୟରେ ହୋଇଛି ଯେତେବେଳେ କିଛି ଦିନ ପୂର୍ବରୁ ସେନା ପ୍ରମୁଖ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପୁଲିସ ମୁଖ୍ୟାଳୟରେ ଜମ୍ମୁ-କାଶ୍ମୀର ପୁଲିସ, ଅର୍ଧସୈନିକ ବଳ ଓ ଗୁଇନ୍ଦା ସଂସ୍ଥା ସହ ସଂଯୁକ୍ତ ସୁରକ୍ଷା ବୈଠକ କରିଥିଲେ । ସେପେଟ ଡୋଡାରେ ମଧ୍ୟ ଗୁରୁବାର ଦିନ ସେନାର ଦୁଇ ଜଣ ଯବାନ ଆତଙ୍କବାଦୀଙ୍କ ଆକ୍ରମଣରେ ଆହତ ହୋଇଥିଲେ ।ସେହିଦିନ ରାତି ପ୍ରାୟ ୨ ଟା ସମୟରେ ଆତଙ୍କବାଦୀମାନେ ବାଟା ଗାଁରେ ନିର୍ମିତ ଏକ ଅସ୍ଥାୟୀ ଶିବିର ଉପରେ ଆକ୍ରମଣ କରିଥିଲେ ।