ପୁଣିଥରେ ଫେରୁଛି ମାହାମରୀ । ପୁଣିଥରେ ବିଭିନ୍ନ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାପରେ ଏବେ ପ୍ରଶ୍ନ ଉଠିଛି, ପ୍ରକୃତରେ କରୋନା ଭୂତାଣୁ ଶେଷ ହୋଇଛି ନା ଆହୁରି ବିପଦ ହୋଇ ଫେରୁଛି ମହାମାରୀ? କାରଣ ବର୍ତ୍ତମାନ ଆମେରିକା ସମେତ ୮୪ଟି ଦେଶରେ କୋଭିଡ-୧୯ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱର ଅନେକ ଦେଶ ଏବେ ଏହାକୁ ନେଇ ଚେତାବନୀ ଜାହିର କରିଛନ୍ତି ।ଆମେରିକାର ହ୍ୱାଇଟ ହାଉସ ତରଫରୁ କୁହାଯାଇଛି ଯେ, ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଲସ୍ ବେଗାସ୍ ଯାତ୍ରା ସମୟରେ କରୋନା ସଂକ୍ରମିତ ହୋଇଛନ୍ତି । କରୋନା ସଂକ୍ରମଣର ଅଳ୍ପ କିଛି ଲକ୍ଷଣ ଅନୁଭବ କରୁଥିବା ଜାଣିବାକୁ ମିଳିଛି । ଆମେରିକାରେ କୋଭିଡ-୧୯ର ନୂଆ କେପି.୩ ଭାରିଆଣ୍ଟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆମେରିକାରେ ଜୁନ୍ ୨୩ ତାରିଖରୁ ଜୁଲାଇ ୬ ତାରିଖ ମଧ୍ୟରେ କରୋନା ମାମଲାର ୩୬.୯ ପ୍ରତିଶତ କେପି,୩ ଭାରିଆଣ୍ଟ ହୋଇଥିବା କହିଛି ସିଡିସିର ରେକର୍ଡ । ଆମେରିକା ସହିତ କାଲିଫର୍ଣ୍ଣିଆ, ମେରୀଲାଣ୍ଡ ଏବଂ ଟେକ୍ସାସ ଆଦି ଦେଶରେ ମଧ୍ୟ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଥିବା ଦେଖାଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହାକୁ ନେଇ ସତର୍କ ସୂଚନା ଜାରି କରିସାରିଛି ।
Trending
- ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନିଜର ନୂଆ ଯୁବ ବାହିନୀ, ଇପ୍ସିତା ଓ ଚିନ୍ମୟଙ୍କୁ ମିଳିଲା ଗୁରୁଦାୟିତ୍ବ
- ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ,ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
- ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
Prev Post
Next Post