ଆଇପିଏଲ ଫ୍ରାଞ୍ଚାଇଜ ଗୁଜରାଟ ଟାଇଟାନ୍ସ’କୁ କିଣିବାକୁ ଚାହୁଁଛନ୍ତି ଶିଳ୍ପପତି ଗୌତମ ଆଦାନୀ। ସିଭିସି କ୍ୟାପିଟାଲ ମାଲିକାନାରେ ଥିବା ଗୁଜରାଟ ଟାଇଟାନ୍ସକୁ ସହଯୋଗୀ ଟୋରେଣ୍ଟ ସହିତ ମିଶି ଆଦାନୀ ସମୂହ କିଣିବାକୁ ଯାଉଥିବା ଏକ ରିପୋର୍ଟରୁ ଜଣା ପଡିଛି। ସିଭିସି ଫ୍ରାଞ୍ଚାଇଜର ଏକ ଛୋଟିଆ ଶେୟାର ନିଜ ପାଖରେ ରଖି ଏବଂ ବଡ଼ ଅଂଶଧନ ବିକ୍ରି କରିବାକୁ ଚାହୁଁଛି।ତିନିବର୍ଷ ପୁରୁଣା ଗୁଜରାଟ ଟାଇଟାନ୍ସ ଫ୍ରାଞ୍ଚାଇଜର ମୂଲ୍ୟ ୧ ବିଲିୟନ ଡଲାରରୁ ୧.୫ ବିଲିୟନ ଡଲାର ହୋଇପାରେ। ୨୦୨୧ରେ ସିଭିସି ୫,୬୨୫ କୋଟି ଟଙ୍କାରେ ଫ୍ରାଞ୍ଚାଇଜ କିଣିଲା। ଖବର ସମ୍ପର୍କରେ ଅବଗତ ଜଣେ ଅଧିକାରୀ କହିଛନ୍ତି, “୨୦୨୧ ମସିହାରେ ଆଇପିଏଲର ଅହମ୍ମଦାବାଦ ଫ୍ରାଞ୍ଚାଇଜର ମାଲିକାନା ହେବାର ସୁଯୋଗ ହାତଛଡ଼ା କରି ଉଭୟ ଆଦାନୀ ଏବଂ ଟୋରେଣ୍ଟ ଗୁଜୁରାଟ ଟାଇଟାନ୍ସର ଅଧିକାଂଶ ଅଂଶଧନ କିଣିବା ପାଇଁ ଦୃଢ ଆଶାୟୀ ଅଛନ୍ତି। ଏଭଳି ସ୍ଥିତିରେ ସିଭିସି ପାଇଁ, ଫ୍ରାଞ୍ଚାଇଜରେ ଏହାର ଅଂଶଧନକୁ ମୁନାଫାରେ ପରିବର୍ତନ କରିବା ପାଇଁ ଏହା ଏକ ଭଲ ସୁଯୋଗ। ”ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍) ଏବଂ ୟୁଏଇ-ବ୍ରଡ ଇଣ୍ଟରନ୍ୟାସନାଲ ଲିଗ୍ ଟି -୨୦ ରେ ଦଳ କିଣି ଗୌତମ ଆଦାନୀ ପୂର୍ବରୁ କ୍ରିକେଟ୍ ରେ ପୁଞ୍ଜି ବିନିଯୋଗ କରିସାରିଛନ୍ତି। ୨୦୨୩ ରେ, ଆଦାନୀ ଡବ୍ଲୁପିଏଲ୍ ର ଅହମ୍ମଦାବାଦ ଫ୍ରାଞ୍ଚାଇଜ୍କୁ ୧,୨୮୯ କୋଟି ଟଙ୍କାରେ କିଣିଥିଲେ।ଏହାପୂର୍ବରୁ ଗୁଜୁରାଟ ଟାଇଟାନ୍ସ ସିଓଓ ଅରବିନ୍ଦର ସିଂ କହିଛନ୍ତି ଯେ, “ପରବର୍ତ୍ତୀ ମିଡିଆ ଅଧିକାର ଆବଣ୍ଟନ ସମୟର ଫ୍ରାଞ୍ଚାଇଜ ଲାଭଦାୟକ ହେବ। ଏପରିକି ମୂଳ ଦଶ ଫ୍ରାଞ୍ଚାଇଜ୍ ଲାଭଜନକ ହେବା ପାଇଁ ଚାରି ରୁ ପାଞ୍ଚ ବର୍ଷ ସମୟ ନେଇଥିଲେ।
Trending
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
Prev Post
Next Post