ଟୋଲ ପ୍ଲାଜାରେ ଲାଗୁଥିବା ଟ୍ୟାକ୍ସକୁ ନେଇ ଭାରତୀୟ ।ତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଛି । ନୂଆ ନିୟମ ଅନୁସାରେ ଯେଉଁ ଲୋକମାନେ ଗାଡ଼ିରେ ଫାଷ୍ଟ୍ୟାଗ ଲଗାଇ ନଥିବେ, ଏବେ ସେମାନେ ଦୁଇଗୁଣା ଟୋଲ ଟ୍ୟାକ୍ସ ଭରିଦେବ । ଏହାକୁ ନେଇ ଏନଏଚଆଇ ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଛି । ଏ ସମ୍ବନ୍ଧରେ ସମସ୍ତ ଟୋଲ ପ୍ଲାଜରେ ସୂଚନା ପ୍ରଦର୍ଶନ କରାଯିବାକୁ କୁହାଯାଇଛି । ଫଳରେ ଏପରି ଦାୟିତ୍ୱହୀନ କରୁଥିବା ଲୋକମାନେ ପେନାଲ୍ଟୀ ବିଷୟରେ ଅବଗତ ହୋଇ ପାରିବେ ।ଏନଏଚଏଆଇର ଏହି ନୂଆ ନିୟମ ଲାଗୁ ହେବା ଫଳରେ ଏଣିକି ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ସମସ୍ୟା ବଢ଼ିପାରେ । ସେମାନେଙ୍କୁ ଏହି ଦାୟିତ୍ୱହୀନ କାର୍ଯ୍ୟ ପାଇଁ ଦୁଇଗୁଣା ଟୋଲ ଟ୍ୟାକ୍ସ ଭରିବାକୁ ପଡ଼ିପାରେ । ନୂଆ ନିୟମ ଅନୁସାରେ, ଯେଉଁ ଲୋକଙ୍କର ଗାଡ଼ିରେ ଫାଷ୍ଟ୍ୟାଗ ଲାଗୁନଥିବ ସେମାନଙ୍କ ଠାରୁ ଡବଲ୍ ପରିମାଣର ଟୋଲ ଟ୍ୟାକ୍ସ ଆଦାୟ କରାଯିବ । ଏ ବାବଦରେ ଏନଏଚଏଆଇ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି ।ଅନେକ ସମୟରେ କିଛି ଲୋକ କାର ବା ଅନ୍ୟ ଯାନର ୱିଣ୍ଡସ୍କିନରେ ଜାଣିଶୁଣି ଫାଷ୍ଟ୍ୟାଗ ଲଗାଉ ନଥିବାର ଦେଖାଯାଇଥାଏ । ତେଣୁ ଏହାକୁ ନେଇ ଏନଏଚଏଆଇ କଠୋର ନିୟମ ଲାଗୁ କରିଛି । ଏଣିକି ୱିଣ୍ଡସ୍କ୍ରିନରେ ଜାଣିଜାଣି ଫାଷ୍ଟ୍ୟାଗ ନ ଲଗାଇଲେ ଅଧିକ ଟ୍ୟାକ୍ସ ଆଦାୟ କରାଯିବ । ୱିଣ୍ଡସ୍କ୍ରିନରେ ଫାଷ୍ଟ୍ୟାଗ ନ ଲଗାଇବା ଫଳରେ ଟୋଲ ପ୍ଲାଜାରେ ଅଯଥାରେ ବିଳମ୍ବ ହୋଇଥାଏ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ