ସାରା ବିଶ୍ୱର କ୍ରୀଡ଼ାପ୍ରେମୀ ଏହି ମହାମୁକାବିଲାକୁ ସର୍ବଦା ଅପେକ୍ଷା କରି ରହିଥାନ୍ତି । ତେବେ ଏହା ମଧ୍ୟରେ ଆସନ୍ତାକାଲି ପୁଣି ଥରେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଜୁଲାଇ ୧୯ରେ ମହିଳା ଏସିଆ କପ ୨୦୨୪ର ଏକ ମ୍ୟାଚ ଶ୍ରୀଲଙ୍କାର ଦାମ୍ବୁଲା ଠାରେ ଖେଳାଯିବ । ଷ୍ଟାରସ୍ପୋର୍ଟ୍ସ ନେଟୱାର୍କରେ ଏହାର ପ୍ରସାରଣ କରାଯିବ । ଭାରତୀୟ ଦର୍ଶକମାନେ ମ୍ୟାଚର ଲାଇଭ୍ ଷ୍ଟ୍ରିମିଂ ଡିଜନୀ ପ୍ଳସ ହଟଷ୍ଟାର ଓ ୱେବସାଇଟ ଜରିଆରେ ମଜା ଉଠାଇ ପାରିବେ ।ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୬ଟା ସମୟରେ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବ । ଗତ ଏକବର୍ଷର ରେକର୍ଡ ଦେଖିଲେ ୧୭ଟି ମ୍ୟାଚରୁ ଟିମ୍ ଇଣ୍ଡିଆର ବିଜୟ-ପରାଜୟ ହାର ୧୦-୫ ରହିଛି । ହାଙ୍ଗଝୋଓରେ ଅନୁଷ୍ଠିତ ହୋଇଥିବା ଏସୀୟ କ୍ରୀଡ଼ାରେ ଭାରତ ଶ୍ରୀଲଙ୍କାକୁ ୧୯ ରନରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିଲା । ଏହାପରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ମାଟିରେ ଭାରତ କ୍ରମାଗତ ୨ଟି ସିରିଜ୍ ଜିତିଥିଲା । ଭାରତ ବାଂଲାଦେଶକୁ ୫-୦ରେ ହରାଇବା ସହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୧ରେ ଡ୍ର ରଖିଥିଲା ।ଅନ୍ୟପକ୍ଷରେ ଭାରତ ଅପେକ୍ଷା ପାକିସ୍ତାନ ଏହି ଅବଧିରେ ଅଧିକ ଟି-୨୦ ମ୍ୟାଚ ଖେଳିଛି । ପାକିସ୍ତାନ ୧୯ଟି ମ୍ୟାଚରୁ ୭ଟି ଜିତିବା ସହ ୧୨ଟି ହାରିଛି । ଏସୀୟ କ୍ରୀଡ଼ା ପୂର୍ବରୁ ଦକ୍ଷିଣ ଆଫ୍ରିକା ଦ୍ୱାରା ଆୟୋଜିତ ସିରିଜରେ ପାକିସ୍ତାନ ୩-୦ରେ ଜିତିଥିଲା । ଗତ କିଛିବର୍ଷ ମଧ୍ୟରେ ଭାରତ-ପାକିସ୍ତାନ ମଧ୍ୟରେ ୧୪ଟି ମ୍ୟାଚ ଖେଳାଯାଇଥିବା ବେଳେ ଭାରତ ୧୧ଟିରେ ବିଜୟୀ ହୋଇଥିଲା । ଏସୀୟ କପରେ ମଧ୍ୟ ଭାରତର ପଲା ଭାରି ରହିଛି । ପାକିସ୍ତାନ ବିପକ୍ଷରେ ଭାରତ ୬ଟିରୁ ୫ଟିରେ ଜିତିଛି ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post