ଆଜି ପୁଣିଥରେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଉଚ୍ଚସ୍ତରୀୟ ରତ୍ନଭଣ୍ଡାର ଯାଞ୍ଚ କମିଟି। ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ଓ ସ୍ଥିତି ଅନୁଧ୍ୟାନ ପାଇଁ ୧୧ଜଣିଆ ପ୍ରତିନିଧି ଦଳଙ୍କୁ ବଛାଯାଇଛି। ସକାଳ ୯ଟା ୧୫ରୁ ୧୨ଟା ୧୫ ଶୁଭମୁହୂର୍ତ୍ତ ଥିବାରୁ ଏହି ସମୟ ଭିତରେ ପ୍ରତିନିଧି ଦଳ ତାଲା ଖୋଲି ରତ୍ନଭଣ୍ଡାର ଭିତରେ ପ୍ରବେଶ କରିବେ। ଏହା ପୂର୍ବରୁ ସକାଳୁ ପ୍ରତିନିଧି ଦଳଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ବି ଅନୁଷ୍ଠିତ ହେବ। ପରେ ଏହି ଦଳ ରତ୍ନଭଣ୍ଡାର ଚାବି ନେଇ ଭିତରେ ପ୍ରବେଶ କରିବେ। ଯାଞ୍ଚ ବେଳେ ସବୁର ଟିକିନିଖି ଭିଡିଓଗ୍ରାଫି କରାଯିବ। ଶୃଙ୍ଖଳା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଗୁରୁବାର ସକାଳ ୮ଟାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶରେ କଟକଣା ଲଗାଯାଇଛି। ରତ୍ନଭଣ୍ଡାର ଯାଞ୍ଚ ବେଳେ କେବଳ ସିଂହଦ୍ବାର ଖୋଲା ରହିବ। ଅନ୍ୟ ତିନିଦ୍ବାର ବନ୍ଦ ରହିବ। ପ୍ରତିନିଧି ସିଂହଦ୍ବାର ଦେଇ ଶ୍ରୀମନ୍ଦିର ପ୍ରବେଶ କରିବେ। ଯାଞ୍ଚ ପରେ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ତାଲା ପକାଇ ଜଉମୁଦ ଦେଇ ସିଲ୍ କରାଯିବ। ଯେତେଥର ରତ୍ନଭଣ୍ଡାର ଖୋଲାଯିବ, ସେତେଥର ଜଉମୁଦ ଦେଇ ସିଲ୍ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି।ପୂର୍ବ ନିର୍ଦ୍ଧାରିତ ମାର୍ଗଦର୍ଶିକା ଆଧାରରେ ପ୍ରତିନିଧି ଦଳ ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲିବା ପରେ ଭିତର ରତ୍ନଭଣ୍ଡାର ଖୋଲିବେ। ବାହାର ରତ୍ନଭଣ୍ଡାର ଖୋଲିବାକୁ ଗଜପତି ମହାରାଜାଙ୍କ ପ୍ରତିନିଧି, ଭଣ୍ଡାର ମେକାପ ଓ ଶ୍ରୀମନ୍ଦିର ପ୍ରଶାସନ ଚାବି ଆଣିବେ। ତିନି ଚାବିରେ ତାଲା ଖୋଲି ବାହାର ରତ୍ନଭଣ୍ଡାରକୁ ଯିବା ପରେ ଭିତର ରତ୍ନଭଣ୍ଡାର ଖୋଲାଯିବ। ଭିତର ରତ୍ନଭଣ୍ଡାର ଚାବି ଜିଲ୍ଲା ଟ୍ରେଜେରିରୁ ପୁରୀ ଜିଲ୍ଲାପାଳ ଆଣିବେ। ତାଲା ଖୋଲିବା ପରେ ଅଧିକୃତ ବ୍ୟକ୍ତି ଭିତର ରତ୍ନଭଣ୍ଡାରରେ ପ୍ରବେଶ କରିବେ। ଟିକିନିଖି ସ୍ଥିତି ଅନୁଧ୍ୟାନ ପରେ ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହେବ। ପୂର୍ବରୁ ନୂଆ ତିଆରି ହୋଇ ନମ୍ବରିଂ କରି ରଖାଯାଇଥିବା ସିନ୍ଦୁକ ଓ ଆଲମିରାରେ ଅଳଙ୍କାର ରଖାଯିବ। ତଳେ ଥିବା ଅଳଙ୍କାର ବି ସ୍ଥାନାନ୍ତର ହେବ। ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଶେଷ ପରେ ପୁରୁଣା ସିନ୍ଦୁକ ଓ ଆଲମିରାକୁ ବାହାରକୁ ଅଣାଯିବ। ଅଳଙ୍କାର ରଖାଯାଇଥିବା ନୂଆ ସିନ୍ଦୁକ ଓ ଆଲମିରାକୁ ଖଟଶେଜ ଘର ଅସ୍ଥାୟୀ ରତ୍ନଭଣ୍ଡାର ତଥା ଷ୍ଟ୍ରଙ୍ଗରୁମ୍ରେ ରଖାଯିବ। ଯେଉଁ ସ୍ଥାନରୁ ଯେଉଁ ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ହୋଇଥିବ, ସେ ସ୍ଥାନ ଚିହ୍ନଟ ହେବ। ମରାମତି କାମ ଶେଷ ପରେ ପୁନର୍ବାର ଯଥାସ୍ଥାନରେ ସିନ୍ଦୁକ ଓ ଆଲମିରା ରଖାଯିବ। ଭିତର ରତ୍ନଭଣ୍ଡାର ସଂପୂର୍ଣ୍ଣ ଖାଲି ହେବା ପରେ ପ୍ରାୟ ୧୫୦ ବର୍ଗଫୁଟର ଏହି ଘରର ଚଟାଣ, କାନ୍ଥ ଆଦି ଯାଞ୍ଚ ହେବ। କାଳେ କେଉଁଠି ଅଳଙ୍କାର କିଛି ରଖାଯାଇଥିବ, ପ୍ରତିନିଧି ଦଳ ଟିକିନିଖି ଯାଞ୍ଚ କରିବେ। ପରେ ଏଏସ୍ଆଇ ବୈଷୟିକ ଦଳଙ୍କୁ ଭିତର ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ପାଇଁ ପଠାଯିବ। ସ୍ଥିତି କ’ଣ ଅଛି ଓ କ’ଣ ସବୁ ମରାମତି ଆବଶ୍ୟକ ହେଉଛି, ବୈଷୟିକ ଦଳ ତାର ତାଲିକା ପ୍ରସ୍ତୁତ କରି କମିଟିକୁ ଦେବେ। ସରକାରଙ୍କ ପରାମର୍ଶକ୍ରମେ ମରାମତି ପ୍ରକ୍ରିୟା ଆରମ୍ଭ ହେବ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post